ଆସନ୍ତାକାଲି ଶ୍ରୀରାମ ନବମୀ । ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମ ନୀତି ଅନୁଷ୍ଠିତ ହେବ । ସେଥିପାଇଁ ଆସନ୍ତାକାଲି ପ୍ରାୟ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମଧ୍ୟାହ୍ନ ଧୂପ ଭୋଗ ଉଠିବା ପରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଆପାତତଃ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ । ଆସନ୍ତା କାଲି ପବିତ୍ର ରାମ ନବମୀ । ଚୈତ୍ର ଶୁକ୍ଳ ଶ୍ରୀରାମ ନବମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ଭୋଗ ସମାପନ ହେବା ଜୟ ବିଜୟ ଦ୍ୱାରକୁ ବନ୍ଦ କରାଯିବ । ଏହା ପରେ ଟେରା ବନ୍ଧା ଯାଇ ଜେଉଡ଼ ଭୋଗ (ଶାଗ, ତରକାରି, ପିଠା, ଝିଲି, ଓରିଆ ଖିରି ଆଦି) ଲାଗି କରାଯିବ । ମୁଦିରସ୍ତ ସେବାୟତମାନେ ଏହି ପ୍ରସାଦ ଲାଗି କରିବେ । ୩ଜଣ ପୂଜାପଣ୍ଡା ସାମନ୍ତ ପଞ୍ଚୋପଚାରରେ ପୂଜା କରିବେ । ଏହା ପରେ ଗର୍ଭଉଦକ ବନ୍ଦାପନା ହେବ । ଜେଉଡ ଭୋଗ ଏବଂ ଗର୍ଭଉଦକ ବନ୍ଦାପନାର ଅର୍ଥ ହେଉଛି ଗର୍ଭବତୀ ନାରୀମାନେ ସୁଖ ପ୍ରସବ ଲାଗି ଜେଉଡ଼ ଫଳ ଖାଇଥାନ୍ତି। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । Post navigation Guidelines Issued For Ram Navami: ରାମ ନବମୀ ପାଇଁ ଜାରି ହେଲା ଗାଇଡ୍ଲାଇନ୍ Weather Updates: ଟ୍ୱିନସିଟିରେ କାଳବୈଶାଖୀର ତାଣ୍ତବ; କୁଆପଥର ମାଡ଼ ସହ ବର୍ଷା