ଜୁନ୍ ୨୯ ତାରିଖରେ ଗୁଣ୍ଡିଚା ମନ୍ଦିର ସାମ୍ନାରେ ହୋଇଥିବା ଦଳାଚକଟା ରିପୋର୍ଟ ଆଜି ସଂଧ୍ୟା ସୁଦ୍ଧା ଆସିବ। ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିବେ ଉନ୍ନୟନ କମିଶନର ଗର୍ଗ । ଏ ନେଇ ସୂଚନା ଦେଲେ ଉନ୍ନୟନ କମିଶନର ଅନୁ ଗର୍ଗ । ସବୁ ରିପୋର୍ଟକୁ ଏକାଠି କରି ପ୍ରଦାନ କରିବେ ଉନ୍ନୟନ କମିଶନର । ସେ କହିଛନ୍ତି ଗତକାଲି ତଦନ୍ତର ଶେଷ ତାରିଖ ଥିଲା । ଆଜି ସଂଧ୍ୟା ସୁଦ୍ଧା ରିପୋର୍ଟ ଆସିବ । ତଦନ୍ତ ବେଳେ ପ୍ରତ୍ୟେକ୍ଷଦର୍ଶୀଙ୍କୁ ପଚରାଯିବା ସହ ସମସ୍ତଙ୍କ ବୟାନ୍ ରେକର୍ଡ ହୋଇଛି। ରିପୋର୍ଟ ପାଇବା ପରେ ସରକାର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଜୁନ୍ ୨୯ ତାରିଖରେ ଗୁଣ୍ଡିଚା ମନ୍ଦିର ସାମ୍ନାରେ ହୋଇଥିଲା ଦଳାଚକଟା, ଯେଉଁଥିରେ ୩ ଜଣଙ୍କର ଜୀବନ ଯାଇଥିଲା । ଘଟଣାପରେ ଅବହେଳା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସରକାର ତତ୍କାଳୀନ ପୁରୀ ଜିଲ୍ଲାପାଳ ଓ ପୁରୀ ଏସପିକୁ ନିଲମ୍ବିତ କରିଥିଲେ । ଏହା ସହ ଶରଧାବାଲି ଅଘଟଣ ଘଟଣାରେ ତଦନ୍ତ କରି ମାସକ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏହି ଘଟଣାର ତଦନ୍ତ ଜାରି ରହିଥିଲା । ପୁରୀ ସର୍କିଟ ହାଉସ ଠାରେ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ଗତକାଲି ଏହାର ଡେଡଲାଇନ ଶେଷ ହୋଇଛି । Post navigation ପ୍ରବଳ ବର୍ଷା ନେଇ ୨୦ ଜିଲ୍ଲାକୁ କାଲି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ଭିଜିଲାନ୍ସ ସ୍କାନରରେ ରାଜକିଶୋର ଜେନାଙ୍କ ସହଯୋଗୀ ଅଶୋକ ପଣ୍ଡା