ଓଡିଶା ଉପକୂଳରେ ଗୁରୁବାର ଧାମରା ଓ ଭିତରକନିକା ନିକଟବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗରେ ପ୍ରବେଶ ପରେ ଦୁର୍ବଳ ହୋଇଗଲା ବାତ୍ୟା ‘ଦାନା’। ଏହାରି ମଧ୍ୟରେ ବାତ୍ୟା ଦାନା ପାଇଁ ସୁରକ୍ଷା ଦୃଷ୍ଟିରୁ ପୁରୀକୁ ପର୍ଯ୍ୟଟକମାନଙ୍କୁ ସରକାର ଓ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲା। ତେବେ ବାତ୍ୟା ଲ୍ୟାଣ୍ଡଫଲ୍ କରିସାରିଥିବା ବେଳେ ପୁରୀ ଉପରେ ଏହାର ପ୍ରଭାବ ବିଶେଷ ଦେଖିବାକୁ ମିଳିନଥିଲା ଓ ଓଡ଼ିଶାରୁ ବାତ୍ୟାର ପ୍ରଭାବ ଧୀରେ ଧୀରେ ପରିସ୍ଥିତି ସୁଧୁରୁଥିବା ବେଳେ ପର୍ଯ୍ୟଟକଙ୍କୁ ପୁରୀ ଆସିବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ। ତେଣୁ ବାତ୍ୟାର ବିପଦ ଓଡ଼ିଶା ଉପରେ ଟଳିବା ପରେ ଆସନ୍ତାକାଲି ଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସାଧାରଣ ଦର୍ଶନ ଆରମ୍ଭ ହେବାକୁ ଯାଉଛି।। ତେବେ ବାତ୍ୟାର ପ୍ରଭାବ କମିବା ପରେ ପର୍ଯ୍ୟଟକଙ୍କ ପାଇଁ ଥିବା କଟକଣା ପ୍ରତ୍ୟାହୃତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ।

ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି ଆସନ୍ତାକାଲି ଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସାଧାରଣ ଦର୍ଶନ ଆରମ୍ଭ ହେବ ଏବଂ ହବିଷ୍ୟାଳି ମହିଳାମାନେ ଆସନ୍ତାକାଲିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ପର୍ଯ୍ୟଟକ ମାନେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ ସହ ସମୁଦ୍ର କୂଳରେ ବୁଲାବୁଲି କରିପାରିବେ କିନ୍ତୁ ସମୁଦ୍ର ଅଶାନ୍ତ ରହିଥିବା କାରଣରୁ ସମୁଦ୍ରରେ ମଧ୍ୟକୁ ପ୍ରବେଶ ତଥା ସ୍ନାନ କରିବାକୁ ବାରଣ କରାଯାଇଛି।

Leave a Reply

Your email address will not be published. Required fields are marked *