ଆଜି ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ ୟୁଜି ପ୍ରଶ୍ନପତ୍ର ଲିକ୍ ଘଟଣାରେ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଶନିବାର ମଧ୍ୟାହ୍ନ ସୁଦ୍ଧା ନିଟ୍‌-ୟୁଜି ପରୀକ୍ଷାଫଳ ପ୍ରକାଶ ନେଇ ଏନ୍‌ଟିଏକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସହର ୱାରୀ ଏବଂ ପରୀକ୍ଷା କେନ୍ଦ୍ର ୱାରୀ ରେଜଲ୍ଟ ପ୍ରକାଶ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏନଟିଏ ୱେବସାଇଟରେ ସଂପୂର୍ଣ୍ଣ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଛି। ରେଜଲ୍ଟକୁ ସହର ଏବଂ କେନ୍ଦ୍ର ଅନୁଯାୟୀ ପୃଥକ ଭାବରେ ୱେବସାଇଟରେ ପ୍ରକାଶ କରିବାକୁ ସହ ପିଲାମାନଙ୍କ ପରିଚୟ ଗୋପନ ରଖିବାକୁ ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ଏନଟିଏକୁ ନିର୍ଦ୍ଦେଶ ମିଳିଛି ।

Leave a Reply

Your email address will not be published. Required fields are marked *