ପଞ୍ଚାୟତ ସମିତି ବୈଠକ ଡକାଇବାର କ୍ଷମତା ରହିଛି ବ୍ଲକ୍ ଅଧ୍ଯକ୍ଷ-ଅଧକ୍ଷାଙ୍କର । ଏହି ବୈଠକରେ କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ କାର୍ଯ୍ୟ କରିଥାନ୍ତି ବ୍ଲକ୍ ବିଡ଼ିଓ । ଅତିଥି ଭାବେ ଯୋଗ ଦେଇଥାନ୍ତି ସ୍ଥାନୀୟ ବିଧାୟକ ଓ ସାଂସଦ । ତେବେ ଅତିଥିଙ୍କ ଅନୁପସ୍ଥିତିକୁ ଦର୍ଶାଇ ଅଧକ୍ଷଙ୍କ ଦ୍ବାରା ଆୟୋଜିତ ପଞ୍ଚାୟତ ସମିତି ବୈଠକକୁ ବାତିଲ କରିଛନ୍ତି ବ୍ଲକ ବିଡ଼ିଓ । ଯାହାକୁ ନେଇ ସୃଷ୍ଟି ହୋଇଛି ବିବାଦ । କ୍ଷମତା ନଥାଇ କିଭଳି ବ୍ଲକ୍ ବିଡ଼ିଓ କିପରି ସମିତି ବୈଠକକୁ ବାତିଲ କଲେ ତାହାକୁ ନେଇ ସୃଷ୍ଟି ହୋଇଛି ବିବାଦ। ଯେଉଁ ବିବାଦ ଉଗ୍ରରୂପ ନେବାପରେ ମୁହାମୁହିଁ ହୋଇଛନ୍ତି ଜନପ୍ରତିନିଧି ଓ ବିଡ଼ିଓ । ଏପରିକି ଘଟଣାକୁ ନେଇ ବ୍ଳକ୍ କାର୍ଯ୍ୟାଳୟ ପରିସରରେ ଦୀର୍ଘ ସମୟ ଧରି ଲାଗିରହିଥିଲା ଉତ୍ତେଜନା । ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ କାର୍ଯ୍ୟାଳୟରେ। ସୂଚନା ମୁତାବକ, ମାହାଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଦୀର୍ଘ ୧୦ ମାସ ହେବ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇନାହିଁ । ଏହି ବୈଠକ ଅନୁଷ୍ଠିତ କରାଇବା ପାଇଁ ବ୍ଲକ୍ ଅଧ୍ଯକ୍ଷା ଦିପା ମଲ୍ଲିକ ୭ ଥର ବିଡ଼ିଓଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ଫଳପ୍ରଦ ନ ହେବାରୁ ଚିଠି ମାଧ୍ୟମରେ ବ୍ଲକ୍ ବିଡ଼ିଓ ସୁବାସିଶ ପାଲଟାଙ୍କୁ ୨୬ ତାରିଖରେ ଏହି ବୈଠକ ଅନୁଷ୍ଠିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ନେଇ ବ୍ଲକ ବିଡ଼ିଓ ଚିଠି ସଂଖ୍ୟା ୨୬୬୦ରେ ଗତ ୧୮ ତାରିଖରେ ଏହି ବୈଠକ ଆସନ୍ତା ୨୬ ତାରିଖରେ ଅନୁଷ୍ଠିତ ହେବାକୁ ସମସ୍ତ ଜଳପ୍ରତିନିଧି ଓ ବ୍ଲକ କାର୍ଯ୍ୟାଳୟର ଅଧିକାରୀଙ୍କୁ ଅବଗତ କରାଇଥିଲେ । ତେବେ ହଠାତ୍ ୨୧ ତାରିଖରେ ବ୍ଲକ୍ ବିଡ଼ିଓ ପତ୍ର ସଂଖ୍ୟା ୭୭୧୯ରେ ଏହି ବୈଠକକୁ ବାତିଲ କରାଯାଇଥିବା ଜଣାଇଥିଲେ । ବୈଠକ ବାତିଲ ସମ୍ପର୍କିତ କାରଣ ଦର୍ଶାଇଥିଲେ ବିଧାନସଭା ପୂର୍ବରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ବୈଠକରେ ମାହାଙ୍ଗାର ସ୍ଵାଧୀନ ବିଧାୟକ ଶାରଦା ପ୍ରଧାନ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବାବେଳେ ସେ ଯୋଗ ଦେଇପାରିବେ ନାହିଁ । ତେଣୁ ପଞ୍ଚାୟତ ସମିତି ବୈଠକକୁ ବାତିଲ କରିଛନ୍ତି ବିଡ଼ିଓ । ତେବେ ପଞ୍ଚାୟତ ସମିତି ବୈଠକଙ୍କୁ ବିଡ଼ିଓ ଏପରି ବାତିଲ କରିବା ଘଟଣାକୁ କେହି ସହଜରେ ଗ୍ରହଣ କରି ପାରୁନାହାଁନ୍ତି । କ୍ଷମତା ନଥାଇ ଜଣେ କାର୍ଯ୍ୟ ନିର୍ବାହୀ ଅଧିକାରୀ (ବିଡ଼ିଓ) କିପରି ବୈଠକକୁ ବାତିଲ କଲେ ତାହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ତେବେ ବ୍ଲକ୍ ଅଧ୍ୟକ୍ଷାଙ୍କ ନିର୍ଦ୍ଦେଶ ଅନୁଯାୟୀ ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହୋଇଥିଲା ବୁଧବାର ଦିନ ପଞ୍ଚାଯତ ସମିତିର ନବମ ତମ ବୈଠକ । କିନ୍ତୁ ଏହି ବୈଠକରେ କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ ଯୋଗ ଦେଇନଥିଲେ ମାହାଙ୍ଗା ବ୍ଲକର କାମଚଳା ବିଡ଼ିଓ ସୁବାସିଶ ପାଲଟା। ଅପରପକ୍ଷେ ଏହି ସମିତି ବୈଠକକୁ ସହଯୋଗ କରିନଥିଲେ ବ୍ଲକ୍ର କର୍ମଚାରୀ। ତେବେ ସମ୍ମିଳନୀ କକ୍ଷରୁ ବୈଠକ ସାଇଁ ସମସ୍ତ ଜଳପ୍ରତିନିଧି ଫେରୁଥିବା ସମୟରେ ବ୍ଲକ୍ ପରିସରକୁ ଏଣ୍ଟ୍ରି ମାରିଥିଲେ ବିଡ଼ିଓ। ଯାହାକୁ ନେଇ ଜନପ୍ରତିନିଧି ଓ ଚିଡ଼ିଓଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ତୁତୁର୍ମେ ମେଁ ଏପରିକି ଘଟଣାକୁ ନେଇ ବ୍ଲକ୍ ପରିସରରେ ସୃଷ୍ଟି ହୋଇଛି ମୁହାଁମୁହିଁ ପରିସ୍ଥିତି । ଏହି ମୁହାଁମୁହିଁ ପରିସ୍ଥିତିକୁ ନିଯନ୍ତ୍ରଣ କରିବାକୁ ଯାଇଁ ପୁଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା । ବହୁ କଷ୍ଟରେ ସ୍ଥିତି ସମ୍ଭାଳିଥିଲା ପୁଲିସ। ତେବେ ଏହି ଘଟଣାକୁ ନେଇ ମାହାଙ୍ଗା ବ୍ଲକ୍ କାମଚଳା ବିଡ଼ିଓ ସୁବାଶିଷ ପାଲଟାଙ୍କୁ ସାଙ୍ଘାତିକ ଭାବେ ଅପଦସ୍ତ ହେବାକୁ ପଢିଥିବା ଦେଖିବାକୁ ମିଳିଥିଲା । ସୂଚନା ଥାଉକି, ବ୍ଳକ୍ ବିଡ଼ିଓ ଯେଉଁ ସର୍ବଦଳୀୟ ବୈଠକର ଆଳ ଦେଖାଇ ସମିତି ବୈଠକକୁ ବାତିଲ କରିଥିଲେ, ସେହି ସର୍ବଦଳୀୟ ବୈଠକକୁ ମାହାଙ୍ଗାର ସ୍ଵାଧୀନ ବିଧାୟକ ଶାରଦା ପ୍ରଧାନଙ୍କୁ କରାଯାଇ ନାହିଁ ଆମନ୍ତ୍ରଣ । ଯେଉଁ ବୈଠକକୁ ବିଧାୟକଙ୍କୁ ଆମନ୍ତ୍ରଣ କରାଯାଇନାହିଁ, ସେହି ବୈଠକର ଆଳ ଦେଖାଇ କିପରି ପଞ୍ଚାୟତ ସମିତି ବୈଠକକୁ ବାତିଲ କରିଛନ୍ତି ବିଡ଼ିଓ ? ସ୍ଥାନୀୟ ବିଧାୟକଙ୍କ ଇଙ୍ଗିତରେ ପରିଚାଳିତ ହେଉଛନ୍ତି ବ୍ଲକ୍ ବିଡ଼ିଓ ବୋଲି ଚର୍ଚ୍ଚା ହେଉଛି । Post navigation Teacher Transfer: ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ପ୍ରସଙ୍ଗ; ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ହାଇକୋର୍ଟଙ୍କ ନାପସନ୍ଦ Odisha Assembly: ବିଧାନସଭାର ଶୀତ ଅଧିବେଶନ ଆରମ୍ଭ; ଶୋକ ପ୍ରସ୍ତାବ ପରେ ଗୃହ ମୁଲତବୀ