ଆଉ ପାଦେ ଆଗେଇଲା ପୁରୀର ଶ୍ରୀଜଗନ୍ନାଥ ବିମାନବନ୍ଦର ପ୍ରକଳ୍ପ । ପୁରୀରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ବ୍ରହ୍ମଗିରି ତହସିଲ ଅଧୀନରେ ଥିବା ସିପସରୁବାଲି ଏବଂ ଷଣ୍ଢପୁର ଅଞ୍ଚଳରେ ଓଡ଼ିଶା ସରକାର ଜମି ଅଧିଗ୍ରହଣ କରିବାକୁ ଯାଉଛନ୍ତି । ଏହି ପରିପ୍ରେକ୍ଷୀରେ ସିପସରୁବାଲି ମୌଜା ପାଇଁ ଆସନ୍ତା ୯ ତାରିଖ ଦିନ ୧୧ଟାରେ ଜନ ଶୁଣାଣି ହେବାକୁ ଥିବାବେଳେ ୧୧ ତାରିଖରେ ଦିନ ୧୨ ଟା ରେ ଷଣ୍ଢପୁର, ଗୋରୁଆଳ ମଙ୍ଗଳା ମଣ୍ଡପ ପାଖରେ ଶୁଣାଣି ହେବ । ଯେଉଁମାନଙ୍କର ଜାଗା ଯିବ ସେମାନଙ୍କୁ ପୁର୍ନବାସ, ଥଇଥାନ ବ୍ୟବସ୍ଥା କରାଯିବ । ସୋମବାର ବିଧାନସଭାରେ ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପୁରୀରେ ବିମାନବନ୍ଦର ହେବା ନେଇ ନିଶ୍ଚିତ କରିଥିଲେ । Post navigation କୋହଳ ହେଲା ଆଇଆରବି ବାଟାଲିଅନ୍ରେ ସିପାହୀ ଓ କନଷ୍ଟେବଲ୍ ବୟସ ସୀମା ପାରାଦୀପରେ ହେବ ଗ୍ରୀନଫିଲଡ ବିମାନବନ୍ଦର