ଗ୍ରୀଷ୍ମ ପ୍ରବାହ ପାଇଁ ସ୍କୁଲ ବନ୍ଦ ନିର୍ଦ୍ଦେଶ ସତ୍ତ୍ବେ ଖୋଲାଯାଉଛି ସ୍କୁଲ୍ । ଏ ନେଇ ଘରୋଇ ଶିକ୍ଷାନୁଷ୍ଠାନକୁ ତାଗିଦ୍ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି ଗ୍ରୀଷ୍ମ ପ୍ରବାହ ପାଇଁ ସ୍କୁଲ ବନ୍ଦ ନିର୍ଦ୍ଦେଶ ସତ୍ତ୍ବେ ଖୋଲାଯାଉଛି ସ୍କୁଲ୍ । ଅନୁଧ୍ୟାନ କରିବା ସହ ଶିକ୍ଷା ବିଭାଗ ଶକ୍ତ ଆଭିମୁଖ୍ୟ ନେଉଛି । ନିୟମ ଭାଙ୍ଗି ସ୍କୁଲ ଖୋଲା ହେଉଥିଲେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ପିଲାଙ୍କ ସ୍ବାସ୍ଥ୍ୟ ଗୁରୁତ୍ବପୂର୍ଣ୍ଣ । ସରକାରଙ୍କ ଗ୍ରୀଷ୍ମ ପ୍ରବାହ ପାଇଁ ଯେଉଁ SOP ଜାରି କରିଛନ୍ତି । ତାହାକୁ ନ ମାନିଲେ କାର୍ଯ୍ୟାନୁଷ୍ଠାନ ହେବ। ନିଜ ମନମାନିରେ SOP ନ ମାନି ସ୍କୁଲ, କଲେଜ ଖୋଲିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ସୂଚନା ଯୋଗ୍ୟ; ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ,କଲେଜକୁ ଛୁଟି ଘୋଷଣା କରାଯାଇଛି । ତେବେ କିଛି ଘରୋଇ ଶିକ୍ଷାନୁଷ୍ଠାନ ସରକାରଙ୍କ ଗାଇଡ଼ ଲାଇନ ନ ମାନି ଖୋଲୁଛନ୍ତି । Post navigation ପୁଣି ଆଇପିଏସ୍ ପଣ୍ଡିତ ରାଜେଶଙ୍କ ନିଲମ୍ୱନ ଆଦେଶ ବୃଦ୍ଧି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ‘ଏକ୍ସ’ ବ୍ୟାନ୍