protesting-drivers-beat-up-driver
ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଥିବା ବେଳେ ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥ ଟୋଲ ଗେଟ୍‌ ନିକଟରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।
 
ଆନ୍ଦୋଳନରତ ଡ୍ରାଇଭର ଜଣେ ଡ୍ରାଇଭରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଆନ୍ଦୋଳନ ସତ୍ତ୍ୱେ ଗାଡ଼ି ଚଲାଉଥିବାରୁ ଡ୍ରାଇଭର ସଂଘର ଆକ୍ରମଣ ହୋଇଥିବା କୁହାଯାଇଛି । ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।
 
ଓଡ଼ିଶା ଡ୍ରାଇଭର ମହାସଂଘର ଧର୍ମଘଟ ଯୋଗୁଁ ରାଜ୍ୟରେ ଅର୍ଥନୈତିକ କାର୍ଯ୍ୟକଳାପ ଉପରେ ଗୁରୁତର ପ୍ରଭାବ ପଡ଼ୁଛି ।

By Nirvay

Leave a Reply

Your email address will not be published. Required fields are marked *