ବନ୍ଦ ହେବନି ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ। ସରକାର ଲିଖିତ ପ୍ରତିଶ୍ରୁତି ନ ଦେବା ଯାଏଁ ଆନ୍ଦୋଳନ ବନ୍ଦ ହେବନି ବୋଲି ଚେତାବନୀ ଦେଇଛନ୍ତି ଡ୍ରାଇଭର ସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି। ସେ କହିଛନ୍ତି ଡ୍ରାଇଭରମାନଙ୍କ ଦାବି ପୂରଣ ନେଇ ସରକାର ଲିଖିତ ପ୍ରତିଶ୍ରୁତି ନ ଦେବା ଯାଏଁ ଓଡ଼ିଶା ଡ୍ରାଇଭର୍ ମହାସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନ ବନ୍ଦ ହେବନି, ରାଜରାସ୍ତାରେ ବିଶୃଙ୍ଖଳା କିମ୍ବା ଗାଡ଼ି ଅଟକାଇଲେ ସରକାର ଆକ୍ସନ ନେଇପାରନ୍ତି । ତେଣୁ ଆମେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିବୁ କିନ୍ତୁ ଏହି ଆନ୍ଦୋଳନ ଆଗକୁ ଏହିପରି ଜାରି ରହିବ । ଏହା ସହ ସେ ଆଉ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହେବାକୁ ୩୦ଟି ଜିଲ୍ଲାର ଡ୍ରାଇଭରଙ୍କୁ ଅନୁରୋଧ କରିଛନ୍ତି। ଯଦି ସରକାର ଲିଖିତ ପ୍ରତିଶୃତି ଦିଅନ୍ତି ତାହାଲେ ଯାଇ ଆନ୍ଦୋଳନରୁ ଓହରିବୁ ବୋଲି ବୋଲି କହିଛି ସଂଘ । ସୂଚନା ଯୋଗ୍ୟ; ୪ ଦିନରେ ଜାରି ରହିଛି ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ। ୭ ଦଫା ଦାବିରେ ଚାଲିଛି ପ୍ରତିବାଦ। ଆଜି ବି ଗଡୁନି ବସ କି ଟ୍ରକ୍। ଫଳରେ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ। ଆଲୋଚନାରୁ ବାହାରିଲାନି ନିଷ୍କର୍ସ। Post navigation ଓଡ଼ିଶାରେ କଂଗ୍ରେସ ହିଁ କଂଗ୍ରେସକୁ ହରାଉଛି: ଖଡ୍ଗେ କଟକ-ନିର୍ଗୁଣ୍ଡି ରେଲୱେ ଫ୍ଲାଏଓଭର ଓ ଚତୁର୍ଥ ରେଲୱେ ଲାଇନ୍କୁ ରେଳ ମନ୍ତ୍ରଣାଳୟର ମଞ୍ଜୁରୀ