କଟକରେ ଦେବୀରଞ୍ଜନ ତ୍ରିପାଠୀଙ୍କ ନିଲମ୍ବନକୁ ତୀବ୍ର ବିରୋଧ ଦେଖିବାକୁ ମିଳିଛି । ବିଜୁ ପଟ୍ଟନାୟକ ଛକରେ ପାଣ୍ଡିଆନଙ୍କ କୁଶପୁତ୍ତଳିକା ଦାହ କରି ଦେବୀରଞ୍ଜନଙ୍କ ସମର୍ଥକଙ୍କ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହା ସହ ଦଳରୁ ପାଣ୍ଡିଆନଙ୍କୁ ବୟକଟ୍ କରିବାକୁ ଦାବି କରିଛନ୍ତି ଦେବୀରଞ୍ଜନଙ୍କ ସମର୍ଥକ । ପାଣ୍ଡିଆନଙ୍କ କୁଶପୁତ୍ତିଳିକା ଦାହ ସହ ପାଣ୍ଡିଆନ ଗୋ ବ୍ୟାକ ନାରାବାଜି ଦେଇଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ ସନ୍ନ୍ୟାସ ନେବାର ୨ ବର୍ଷ ପରେ ବି ଦଳ ପାଣ୍ଡିଆନଙ୍କ ଦ୍ୱାରା ପରିଚାଳିତ ହେଉଛି । ସୂଚନା ଯୋଗ୍ୟ, ଗତକାଲି ବିଜେଡିର ପିଏସି ବୈଠକ ପରେ କ୍ରସ ଭୋଟି କରିଥିବା ୬ ବିଧାୟକଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ନିଲମ୍ବିତ ବିଧାୟକମାନେ ହେଲେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜୟଦେବ (ଭୁବନେଶ୍ବର) ବିଧାୟକ ନବ କିଶେର ମଲ୍ଲିକ, କଟକ-ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ, ବସ୍ତା ବିଧାୟକ ସୁବାସିନୀ ଜେନା, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଓ ବାଙ୍କୀ ବିଧାୟକ ଦେବୀ ରଂଜନ ତ୍ରିପାଠୀ। ଗତ ୧୬ ତାରିଖ ଦିନ ରାଜ୍ୟରେ ୪ଟି ରାଜ୍ୟସଭା ଆସନ ପାଇଁ ମତଦାନ ହୋଇଥିଲେ। ଏହି ନିର୍ବାଚନରେ ବିଜେଡିର ନିଲମ୍ବିତ ଉପରୋକ୍ତ ବିଧାୟକମାନେ କ୍ରସ ଭୋଟିଂ କରିଥିଲେ। Post navigation Rajya Sabha Cross Voting: କ୍ରସ୍ ଭୋଟିଂ ମାମଲା; କଟକକୁ କଳଙ୍କିତ କରିଛନ୍ତି ୩ ବିଧାୟକ: ସୁବାସ ସିଂ Souvic Biswal Target BJD: ବିଜେଡିରୁ ନିଲମ୍ବନ ନୁହେଁ ବହିଷ୍କାର କରିଥିଲେ ଖୁସି ହୋଇଥାନ୍ତି: ସୌଭିକ୍ ବିଶ୍ବାଳ