କେନ୍ଦ୍ର ସରକାର ଦଶମ ପର୍ଯ୍ୟାୟ ବାଣିଜ୍ୟକ ୬୧ଟି କୋଇଲା ବ୍ଲକ୍‌ର ନିଲାମ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିରେ ଦେଶର ୬୧ଟି ଖଣି ବିକ୍ରି ନିମନ୍ତେ ରଖାଯାଇଥିବାବେଳେ ଓଡ଼ିଶାରୁ ସ୍ଥାନ ପାଇଛି ସର୍ବଧିକ ୧୭ଟି କୋଇଲା ଖଣି ।

ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଥିବା କୋଇଲା ବ୍ଲକ ଗୁଡ଼ିକ ଦେଶର ୮ଟି ରାଜ୍ୟରେ ରହିଛି। ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାର ୧୭ଟି, ବିହାରର ୩ଟି, ଛତିଶଗଡର ୧୫, ଝାଡଖଣ୍ଡର ୬, ମଧ୍ୟପ୍ରଦେଶର ୧୫, ତେଲେଙ୍ଗାନାର ଗୋଟିଏ, ମହାରାଷ୍ଟ୍ରର ଗୋଟିଏ ଓ ପଶ୍ଚିମବଙ୍ଗର ୩ଟି ଖଣି ସ୍ଥଳିତ ହୋଇଛି ।

ଓଡ଼ିଶାରୁ ସ୍ଥାନ ପାଇଥିବା ଖଣିଗୁଡ଼ିକ ମଧ୍ୟରେ ରହିଛି ଅନୁଗୋଳ ସ୍ଥିତ ନ୍ୟୁ ପାତ୍ରପଡ଼ା ନର୍ଥ, ନ୍ୟୁ ପାତ୍ରପଡ଼ା ସାରଥ, ମହାନଦୀ, ମନ୍ଦାକିନି-ବି, ନର୍ଥ ଅଫ୍ ଅର୍ଖପାଳ ଶ୍ରୀରାମପୁର, ସୁନ୍ଦରଗଡ଼ ସ୍ଥିତ

ଟାଙ୍ଗରଡିହ ନର୍ଥ, ଟାଙ୍ଗରତିହ ସାଉଥ୍। ଆହୁରି ମଧ୍ୟ ରସ୍ତାଳି ସେଣ୍ଟ୍ରାଲ, ଭସ୍ତାଳି ନର୍ଥ, ରସ୍ତାଳି ସାଉଥ, ସୁନ୍ଦରଗଡସ୍ଥିତ ବଡ଼ିବାହଲ କୋଇଲା ଖଣି ରହିଛି। ସେହିଭଳି କଣ୍ଟାଇଳେଲିଆ, କର୍ବବାହାଲ-ବ୍ରାହ୍ମଣବିଲ, କୋଶଳା ପୂର୍ବ, କୋଶଳା ପଶ୍ଚିମ, ଫୁଲଝରି ପୂର୍ବ ଓ ପଶ୍ଚିମ ଏବଂ ବରତାପ କୋଇଲା ଖଣି ସ୍ଥାନିତ ହୋଇଛି ।

ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) ଆଇନ ୧୯୫୭ ଅଧୀନ ୧୦ମ ପର୍ଯ୍ୟାୟ ନିଲାମରେ ଏହା କରାଯାଉଛି। ଶୁକ୍ରବାର ହାଇଦ୍ରାବାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ଜି.କିଶନ ରେର୍ତ୍ତି ଏହାର ଶୁଭାରମ୍ଭ କରିଥିଲେ । ନିଲାମ ପାଇଁ ରଖାଯାଇଥିବା ଖଣିଗୁଡ଼ିକ ଉଭୟ କୋସିଂ ଏବଂ ନନ୍-କୋଙ୍କି କୋଇଲା ଖଣି ହୋଇଛି ।

ଘରୋଇ କୋଇଲା ଉତ୍ପାଦନକୁ ବଢ଼ାଇବା ସହିତ ଦେଶରେ ଶକ୍ତି ସୁରକ୍ଷା ସୁନିଶ୍ଚିତ କରିବା ଏହି ନିଲାମର ଲକ୍ଷ୍ୟ। ଦେଶରେ କୋଇଲା ଉତ୍ପାଦନ ବୃଦ୍ଧି କରିବା ସହିତ ଆମଦାନି ହ୍ରାସ ସପକ୍ଷରେ ମନ୍ତ୍ରୀ ଶ୍ରୀ ରେଡ୍ଡୀ ମତ ରଖିଛନ୍ତି।

ଦେଶରେ ପୂର୍ବରୁ ହୋଇଥିବା ୯ଟି ପର୍ଯ୍ୟାୟ କୋଇଲା ନିଲାମରେ ୧୦୭ଟି କୋଇଲା ଖଣିର ନିଲାମ ସଫଳତାର ସହ ସଂପାଦିତ ହୋଇଛି। ୨୦୨୦ ମସିହାରେ କୋଇଲା ଖଣିର ବାଣିଜ୍ୟିକ ନିଲାମ ଆରମ୍ଭ ହେବା ପରଠାରୁ ଏଥିରେ ସ୍ବଚ୍ଛତା ଆସିଛି। ଶିଳ୍ପଜଗତ ଏବଂ ଅନ୍ୟାନ୍ୟ ସଂଗଠନ ମଧ୍ୟରେ ଏହାର ଆଦୃତି ବଢ଼ିଛି। ଏଥିସହିତ କୋଇଲାର ବାଷ୍ପୀକରଣ ପାଇଁ ମଧ୍ୟ କୋଇଲା ମନ୍ତ୍ରାଳୟ ଅନେକ ପଦକ୍ଷେପ ଗ୍ରହଣ କରୁଛି।

୨୦୨୪ରେ ୯୯୭.୨୩ ନିୟୁତ ଟନ୍‌ କୋଇଲା ଉତ୍ପାଦନ ହାସଲ ହୋଇଛି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଦେଶରେ ୧ ବିଲିଅନ ଟନ କୋଇଲା ଆମଦାନି ଲକ୍ଷ୍ୟ ରଖାଯାଇଛି। ଏଥିରୁ ୧୯୦.୩୮ ନିୟୁତ ଟନ୍ କୋଇଲା ଉତ୍ପାଦନ ହୋଇସାରିଛି। ସଂସ୍କାର ସମ୍ବଳିତ କୋଇଲ କ୍ଷେତ୍ରର ଆତ୍ମ ନିର୍ଭର ଭାରତ ହାସଲ କ୍ଷେତ୍ରରେ ପ୍ରମୁଖ ଭୂମିକା ନିଭାଇବ ବୋଲି ମନ୍ତ୍ରୀ ଶ୍ରୀ ରେଡ୍ଡୀ କହିଛନ୍ତି।

ନିଲାମ ପ୍ରକ୍ରିୟାର ଶୁଭାରମ୍ଭ ଅବସରରେ କୋଇଲା ଏବଂ ଖଣି ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ, ତେଲଙ୍ଗାନାର ଉପ-ମୁଖ୍ୟମନ୍ତ୍ରୀ ମାଲୁ ଭଳି ବିକ୍ରମାର୍କ ଏବଂ କେନ୍ଦ୍ର କୋଇଲା ସଚିବ ଅମ୍ରିତ ଲାଲ ମୀନା ପ୍ରମୁଖ ଉପସ୍ଥିତ ଥିଲେ।

 

Leave a Reply

Your email address will not be published. Required fields are marked *