ପାକିସ୍ତାନକୁ ଗୁପ୍ତତଥ୍ୟ ଲିକ୍ ଅଭିଯୋଗରେ ଗିରଫ ହରିୟାଣାର ଜ୍ୟୋତି ମଲହୋତ୍ରା ପୁରୀ ଆସିଥିଲା । ପୁରୀ କାଳିକାଦେବୀ ସାହିର ଜଣେ ଯୁବତୀ ଜ୍ୟୋତିଙ୍କ ସମ୍ପର୍କରେ ଥିଲେ। ଜ୍ୟୋତିଙ୍କ ସହ ତାଙ୍କର ଘନିଷ୍ଠ ବନ୍ଧୁତା ଥିଲା। ଗିରଫ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ସହ ପୁରୀର ଯୁବତୀ ପ୍ରିୟଙ୍କା ସେନାପତିଙ୍କ କ’ଣ ସମ୍ପର୍କ ରହିଛି ସେନେଇ ଖୋଳତାଡ ହୋଇଛି । ଜଗନ୍ନାଥ ମନ୍ଦିର ସହ ପୁରୀ ବୁଲି ଭିଡିଓ ବନାଇଥିଲା ଜ୍ୟୋତି ମଲହୋତ୍ରା । ପୁରୀ ପୋଲିସ ସହାୟତାରେ ୟୁଟ୍ୟୁବର ପ୍ରିୟଙ୍କା ସେନାପତିଙ୍କୁ ଜେରା କରିଛି IB । ଶନିବାର ତାଙ୍କୁ ଗିରଫ କରାଯିବା ପରେ ପୁରୀ ବିଷୟରେ କିଛି ତଥ୍ୟ ଶେୟାର କରିଥିବା ଅନୁମାନ କରାଯାଉଛି। ଏନେଇ କେନ୍ଦ୍ର ଓ ରାଜ୍ୟ ଗୁଇନ୍ଦା ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ଏହା ସହ ଉଭୟ ସାଙ୍ଗ ହୋଇ ପାକିସ୍ତାନ କର୍ତ୍ତାରପୁର କରିଡର ଯାଇଥିଲେ। ପ୍ରିୟଙ୍କା ମଧ୍ୟ ପାକିସ୍ତାନ କର୍ତ୍ତାରପୁର ସାହେବ ଗୁରୁଦ୍ୱାର ନିକଟରେ ବ୍ଲଗ କରିଥିବା ଦେଖିବାକୁ ମିଳିଛି । ଏହା ଜଣାପଡ଼ିବା ପରେ ଉକ୍ତ ଯୁବତୀଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ଜ୍ୟୋତିଙ୍କ ସହ ସଂପର୍କ କଣ ଥିଲା ସେ ନେଇ ଜେରା ହୋଇଛନ୍ତି । ଅନ୍ୟପଟେ ଜ୍ୟୋତି ଲିଙ୍କ୍ ପ୍ରସଙ୍ଗରେ ପୁରୀ ଯୁବତୀଙ୍କ ବାପା ପ୍ରତିକ୍ରିୟା ଦେଇ କହିଛନ୍ତି ଜ୍ୟୋତି ମଲହୋତ୍ରା ସହ ପ୍ରଫେସନାଲ୍ କଣ୍ଟେଣ୍ଟ କ୍ରିଏଟର ହିସାବରେ ସଂପର୍କ ଥିଲା ଝିଅର। ଜ୍ୟୋତି ପୁରୀ ଆସିଥିଲେ ଓ ଝିଅ ସହ ବୁଲାବୁଲି କରିଥିଲେ । ଜ୍ୟୋତିଙ୍କ କ’ଣ ଉଦ୍ଦେଶ୍ୟ ଥିଲା ଝିଅ ଜାଣିନି । ଏହା ସହ ୩ ମାସ ତଳେ ଝିଅ ପାକିସ୍ତାନ କରତାରପୁର ଯାଇଥିଲା । ସେ ଗିରଫ ପରେ ପୋଲିସ କାଲି ଝିଅକୁ ଜେରା କରିଛି ଏବଂ ଝିଅ ସବୁ ଉତ୍ତର ଦେଇଛି । ତଦନ୍ତରେ ଆମେ ସମ୍ପୂର୍ଣ୍ଣ ସହଯୋଗ କରିବୁ କହିଲେ ଯୁବତୀଙ୍କ ବାପା । Post navigation ଆସୁଛି ଲଘୁଚାପ; ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା! ହାଇଦ୍ରାବାଦରରେ ଭୟଙ୍କର ଅଗ୍ନିକାଣ୍ଡ: ୧୭ ମୃତ,୧୫ ଆହତ; ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି