priyanka-gandhi-to-visit-odisha-in-march
ଆସନ୍ତା ମାର୍ଚ୍ଚ ମାସରେ ଓଡ଼ିଶା ଆସିବେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି । ଏନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି ।
 
ସୂଚନା ଅନୁଯାୟୀ, ରାଜ୍ୟର ୧୦ଟି ଜିଲ୍ଲାରେ କଂଗ୍ରେସ ମହିଳା ସମାବେଶ କରିବ । ମହିଳା କଂଗ୍ରେସକୁ ଅଧିକ ସଙ୍ଗଠିତ କରିବା ପାଇଁ ପ୍ରିୟଙ୍କା ଗାନ୍ଧି ଏକ ବଡ଼ ଜନସଭାରେ ଯୋଗ ଦେବେ ଏବଂ ସେହି ମହିଳା ସମାବେଶକୁ ସମ୍ବୋଧନ କରିବେ । ତେବେ ରଣନୀତି କଣ ରହିବ ସେନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ ।
 
ଜାତୀୟ ଚେହେରା ଓଡ଼ିଶା ଆସିଲେ କଂଗ୍ରେସ ଆହୁରି ସଙ୍ଗଠିତ ହେବ ବୋଲି ରାଜ୍ୟର କଂଗ୍ରେସ ନେତା ଆଶାବାଦୀ ଅଛନ୍ତି । ତେଣୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଓଡ଼ିଶା ଆଣି ଆଉ ଏକ ସମାବେଶ କରିବାକୁ ଯୋଜନା କରୁଛି ଓଡିଶା କଂଗ୍ରେସ ।

By Nirvay

Leave a Reply

Your email address will not be published. Required fields are marked *