ପଦରୁ ହଟିଲେ ରାଇକିଆ ଅଧ୍ୟକ୍ଷ । କନ୍ଧମାଳ ଜିଲା ରାଇକିଆ ବ୍ଲକ ଅଧ୍ୟକ୍ଷ ପ୍ରିତମ ପ୍ରଧାନଙ୍କ ବିରୋଧରେ ହୋଇଥିବା ଅନାସ୍ଥା ଭୋଟରେ ସେ ତାଙ୍କର ପଦବୀ ହରାଇଛନ୍ତି । ଏ ନେଇ ଘୋଷଣା କଲେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ । ଏହା ସହ ଉପାଧ୍ୟକ୍ଷା ରୀନା ପ୍ରଧାନଙ୍କୁ କାର୍ଯ୍ୟଭାର ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଜେଡିରୁ ବ୍ଲକ ଅଧ୍ୟକ୍ଷ ଥିଲେ ପ୍ରୀତମ୍ ଚନ୍ଦ୍ର ପ୍ରଧାନ । ଗତ ୨୬ ତାରିଖରେ ଆଗତ ହୋଇଥିଲା ଅନାସ୍ଥା ପ୍ରସ୍ତାବ । ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଅନାସ୍ଥା ସପକ୍ଷରେ ଯାଇଥିଲା ।ଅନାସ୍ଥା ଆଣିଥିଲେ ବିଜେଡି ଉପାଧ୍ୟକ୍ଷା ରୀନା ପ୍ରଧାନ । ଜନ ପ୍ରତିନିଧିଙ୍କୁ ଅଣଦେଖା କରିବା ଅଭିଯୋଗରେ ଆସିଥିଲା ଅନାସ୍ଥା । ଅନାସ୍ଥା ପ୍ରସ୍ତାବ ଉପରେ ଓଡ଼ିଶା ପଞ୍ଚାୟତ ସମିତି ଆଇନ ୧୯୫୯ର ଧାରା ୪୬- ବି ପ୍ରକାରେ ହୋଇଥିବା ସ୍ବତନ୍ତ୍ର ବୈଠକରେ ଅନୁଷ୍ଠିତ ଭୋଟରେ ଫଳାଫଳ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଯାଇଥିଲା। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ରାଇକିଆ ପଞ୍ଚାୟତ ସମିତିର ଅଧ୍ଯକ୍ଷ ପ୍ରୀତମ ଚନ୍ଦ୍ର ପ୍ରଧାନଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଓଡିଶା ପଞ୍ଚାୟତ ସମିତି ଆଇନ, ୧୯୫୯ ର ଧାରା ୪୬-ବି ପ୍ରକାରେ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା । ଏବଂ ସ୍ବତନ୍ତ୍ର ବୈଠକର ନିର୍ଦ୍ଧାରଣ ଓ ଅନ୍ୟାନ୍ୟ କାଗଜାତ ଉପ-ଜିଲ୍ଲାପାଳ, ବାଲିଗୁଡା ଙ୍କ ଦ୍ବାରା କ୍ଷମତା ପ୍ରାପ୍ତ ପ୍ରିଜାଇଡିଂ ଅଫିସର ଓ ଉପସ୍ଥିତ ପଞ୍ଚାୟତ ସମିତିର ସଭ୍ୟାଙ୍କ ଉପସ୍ଥିତିରେ ଖୋଲାଯାଇ ଦେଖାଗଲା ଯେ, ସମ୍ପୃକ୍ତ ସ୍ବତନ୍ତ୍ର ବୈଠକର ଫଳାଫଳ, ଅନାସ୍ଥା ପ୍ରସ୍ତାବ ସପକ୍ଷେ ମୋଟ ସଭ୍ୟ ସଭ୍ୟାଙ୍କ ଦୁଇ-ତୃତୀୟାଂସ ରୁ ଉର୍ଦ୍ଧ୍ବ ସମର୍ଥନ ଭୋଟରେ ଗୃହିତ ହୋଇଅଛି । ଏଣୁ, ଓଡିଶା ପଞ୍ଚାୟତ ସମିତି ଆଇନ, ୧୯୫୯ ର ଧାରା ୪୬-ବି ପ୍ରକାରେ ସମ୍ପୃକ୍ତ ଗୃହିତ ଅନାସ୍ଥା ପ୍ରସ୍ତାବର ନିର୍ଦ୍ଧାରଣ ଏତଦ୍ବାରା ପ୍ରକାଶନ କରାଗଲା । ଅତଏବ, ଏହି ଆଦେଶ ପ୍ରକାଶନ ଦିନଠାରୁ ପ୍ରୀତମ ଚନ୍ଦ୍ର ପ୍ରଧାନ, ରାଇକିଆ ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦବୀରୁ ପଦଚ୍ୟୁତ ହେଲେ । Post navigation ମାଷ୍ଟରମାଇଣ୍ଡକୁ ଛାଡ଼ି ପରୀକ୍ଷାର୍ଥୀଙ୍କ ପଛରେ କ୍ରାଇମ୍ବ୍ରାଞ୍ଚ ! ଦେଶରେ କଫ୍ ସିରପ୍ ଯୋଗୁଁ ଶିଶୁ ମୃତ୍ୟୁ ଘଟଣା; ଆଜି ଅପରାହ୍ଣ ୪ଟାରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଜରୁରୀ ବୈଠକ