କଟକ ଜିଲ୍ଲା ଚୌଦ୍ୱାର ସର୍କଲ ଜେଲରୁ କଏଦୀ ଖସି ପଳାଇବା ଘଟଣାରେ ଚୌଦ୍ୱାରର ଜେଲରଙ୍କ ବଦଳି ହୋଇଛି । ଜରୁରୀ କାଳୀନ ଭିତ୍ତିରେ ଚୌଦ୍ୱାର ଜେଲର ସନ୍ତୋଷିନୀ ଦାଶଙ୍କୁ କଣ୍ଟାବାଞ୍ଜି ସବ୍ଜେଲ୍କୁ ବଦଳି କରାଯାଇଛି । ସେ କଣ୍ଟାବାଞ୍ଜି ଜେଲର ଭାବେ କାର୍ଯ୍ୟ କରିବେ । ତାଙ୍କ ସ୍ଥାନରେ କଣ୍ଟାବାଞ୍ଜି ଜେଲର ରଘୁରାଜ ମାଝୀ ଚୌଦ୍ୱାର ଜେଲଙ୍କୁ ବଦଳି କରାଯାଇଛି । ଜେଲ୍ ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ ଏହା ପ୍ରକାଶ ପାଇଛି । କହିରଖୁଛୁ ଯେ, ଗତ ଗୁରୁବାର ଦିନ ବିହାର ଅଞ୍ଚଳର ୨ ବିଚାରାଧୀନ ବନ୍ଦୀ ଜେଲ ର ଉଚ୍ଚ କାନ୍ଥ ଓ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭେଦ କରି ଖସି ପଳାଇବାକୁ ସକ୍ଷମ ହୋଇଥିଲେ । ବନ୍ଦୀ ସେଲର ମୋଟା ଲୁହା ରଡ କାଟିବା ୨ ଜଣ ବନ୍ଦୀଙ୍କ ଦ୍ୱାରା କେବେ ସମ୍ଭବପର ନୁହେଁ । ଏଥିରେ କିଛି ଅଧିକାରୀ, କର୍ମଚାରୀ ଓ ବନ୍ଦୀ ସାମିଲ ଥିବା ଅନୁମାନ କରାଯାଇଛି । ପୂର୍ବରୁ, କାର୍ଯ୍ୟରେ ଅବହେଳା ପାଇଁ ଚୌଦ୍ୱାର ସର୍କଲ ଜେଲର ଚିଫ୍ ୱାର୍ଡର ଭଗତ ଚରଣ ରାମ ଓ ୱାର୍ଡର ସିନ୍ଧାନ୍ତ ସାହୁଙ୍କୁ ନିଲମ୍ବନ କରାଯାଇଥିଲା । Post navigation ନୂଆପଡ଼ାରେ କଂଗ୍ରେସ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର; ବିଜେଡିରେ ହାହାକାର ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଘୋଷଣା ହେଲା ତାରିଖ