ଭୁବନେଶ୍ବରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ସଂଧ୍ୟାରେ ଜନତା ମଇଦାନରେ ହେବାକୁଥିବା ଓଡିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ପହଞ୍ଚଛନ୍ତି ପ୍ରଧାନମନ୍ତ୍ରୀ। ଆନ୍ଧ୍ରରେ ନୂଆ ସରକାରର ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାପରେ ଓଡିଶାରେ ପହଞ୍ଚିଛନ୍ତି ନରେନ୍ଦ୍ର ମୋଦୀ । ବିମାନ ବନ୍ଦରରେ ପହଞ୍ଚିବା ପରେ କଡା ସୁରକ୍ଷା ବଳୟ ଭିତରେ ପ୍ରଧାନମନ୍ତ୍ରୀ ରାଜଭବନରେ ପହଞ୍ଚିଛନ୍ତି । ସେଠାରେ କିଛି ସମୟ ବିଶ୍ରାମ ନେବା ପରେ, ନୂଆ ସରକାରର ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବାକୁ ଜନତା ମୈଦାନ ଯିବେ ମୋଦୀ । ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ଭିଭିଆଇପି ଓ ଭିଆଇପି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଅନ୍ୟପଟେ ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶପଥ ସମାରୋହରେ ୩୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖାଯାଇ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୋଲିସ ପକ୍ଷରୁ ମୋଟ ୬୭ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବାବେଳ ସମ୍ପୂର୍ଣ୍ଣ ସଭାସ୍ଥଳକୁ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି।

Leave a Reply

Your email address will not be published. Required fields are marked *