President Murmu will address Winter Session of Odisha Assembly on Nov 27
ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବ । ପ୍ରଥମଥର ପାଇଁ ବିଧାନସଭା ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତକୁ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ପ୍ରସ୍ତୁତି ବୈଠକ ହୋଇଛି ।
 
ମିଳିଥିବା ସୂଚନା ଅନୁଯାୟୀ, ରାଷ୍ଟ୍ରପତି ମୁର୍ମୁ ୨୦ ତାରିଖରେ ଝାରସୁଗୁଡ଼ା ଦେଇ ଛତିଶଗଡ଼ ଯିବେ । ୨୦ ତାରିଖରେ ସେ ସକାଳ ୧୦ଟା ୫ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ । ଝାରସୁଗୁଡ଼ାରୁ ବାୟୁସେନା ହେଲିକପ୍ଟରରେ ଛତିଶଗଡ଼ ଅମ୍ବିକାପୁର ଯିବେ । ୨୭ ତାରିଖରେ ଅପରାହ୍ୱ ୨ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ।
 
ଅପରାହ୍ନ ୪ଟାରେ ମୁର୍ମୁ ରାଜଭବନ ସ୍ଥିତ ନୂଆ କଳିଙ୍ଗ ଅତିଥି ନିବାସ ଉଦ୍‌ଘାଟନ କରିବେ । ପରେ ଅପରାହ୍ନ ୪ଟା ୩୦ରୁ ୫ଟା ୩୦ ପର୍ଯ୍ୟନ୍ତ ବିଧାନସଭାରେ ସମ୍ବୋଧନ କରିବେ । ୨୮ ତାରିଖ ସକାଳ ୯ଟା ୩୫ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱର ବିମାନ ବନ୍ଦରରୁ ଲକ୍ଷ୍ନୌ ବାହାରିବେ ।
 
କହିରଖୁଛୁ ଯେ, ନଭେମ୍ବର ୨୭ରୁ ଆରମ୍ଭ ହୋଇପାରେ ବିଧାନସଭା ଶୀତକାଳୀନ ଅଧିବେଶନ । ଏହା ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବାକୁ ନିର୍ଦ୍ଧାରିତ ହୋଇଛି ।

By Nirvay

Leave a Reply

Your email address will not be published. Required fields are marked *