President Murmu Embarks on Chhattisgarh Visit via Jharsuguda
ଆଜି ଛତିଶଗଡ଼ ଗସ୍ତରେ ଯାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦିଲ୍ଲୀରୁ ସ୍ଵତନ୍ତ୍ର ବାୟୁସେନା ବିମାନ ଯୋଗେ ପ୍ରଥମେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ସେ ପହଞ୍ଚିଥିଲେ । ବିମାନ ବନ୍ଦରରେ ଅବତରଣ କରିବା ପରେ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ପ୍ରଦାନ କରାଯାଇଥିଲା ।
 
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ଜିଲ୍ଲାପାଳ କୁନାଲ ମୋତିରାମ ଚୌହ୍ୱାନ, ଏଡିଜି ସନ୍ତୋଷ ବାର୍ଲା, ଏସପି ଜି ଆର ରାଘବେନ୍ଦ୍ର ପ୍ରମୁଖ ରାଷ୍ଟ୍ରପତିଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ ।
 
ଏହାପରେ ଝାରସୁଗୁଡ଼ା ବିମାନବନ୍ଦରରୁ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ରାଷ୍ଟ୍ରପତି ଛତିଶଗଡ଼ର ଅମ୍ବିକାପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଛନ୍ତି ।
 
କହିରଖୁଛୁ ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଛତିଶଗଡ଼, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶକୁ ତିନି ଦିନିଆ ଗସ୍ତରେ ଯିବେ । ପ୍ରଥମ ଦିନରେ, ରାଷ୍ଟ୍ରପତି ଛତିଶଗଡ଼ର ଅମ୍ବିକାପୁରରେ ଆଦିବାସୀ ଗୌରବ ଦିବସ ସମାରୋହରେ ଯୋଗଦେବେ ।
President Murmu Embarks on Chhattisgarh Visit via Jharsuguda
 

By Nirvay

Leave a Reply

Your email address will not be published. Required fields are marked *