ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତର ଆଜି ଦ୍ୱିତୀୟ ଦିନ । ଆଜି କେନ୍ଦୁଝର ଗସ୍ତରେ ମହାମହିମ। ସକାଳେ ରାଷ୍ଟ୍ରପତି ପ୍ରଥମେ କେନ୍ଦୁଝର ଗସ୍ତରେ ଆସି ଧରଣୀଧର ବିଶ୍ୱବିଦ୍ୟାଳୟର ଜାତୀୟ ସେମିନାରକୁ ଉଦଘାଟନ କରିବା ସହ କଦଳୀବାରୀ ଗାଁର ଆଦିବାସୀ ସମ୍ପ୍ରଦାୟର ଲୋକମାନଙ୍କୁ ସାକ୍ଷାତ କରିଛନ୍ତି।

ଆଜି ଭୁବନେଶ୍ୱର ଆସି ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବାୟୁସେନାର ଆଇଏଏମଏଫ ଏମଆଇ-୧୭ ଜରିଆରେ କେନ୍ଦୁଝର ରାଇସୁଆଁ ଅଭିମୁଖେ ଯାତ୍ରା କରିବେ । ପୂର୍ବାହ୍ନ ୧୦ଟା ୫୦ ମିନିଟରେ ରାଇସୁଆଁରେ ପହଞ୍ଚିବା ପରେ ସଡକ ପଥରେ ଗୋନାସିକା ଯାଇଥିଲେ। ଏହାପରେ ମଧ୍ୟାହ୍ନ ୧୨ଟା ୧୦ ମିନିଟରେ କଦଳୀବାରୀ ଗାଁରେ ପହଞ୍ଚି, ଆଦିବାସୀ ସମ୍ପ୍ରଦାୟର ଲୋକମାନଙ୍କୁ ସାକ୍ଷାତ କରିଥିଲେ। ଅପରାହ୍ଣ ୪ଟାରେ କେନ୍ଦୁଝର ରାଇସୁଆଁ ଏୟାରଷ୍ଟ୍ରିପରୁ ଭୁବନେଶ୍ୱର ବିମାନ ବନ୍ଦରକୁ ଆସିବେ । ସନ୍ଧ୍ୟା ସାଢେ ୫ଟାରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପହଞ୍ଚି ସମାବର୍ତ୍ତନ ଉତ୍ସବରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପ୍ରତିଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି କେନ୍ଦୁଝର, ଭୁବନେଶ୍ୱରରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *