President Droupadi Murmu to Arrive In Odisha Today
ଆଜି ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ସମୟ ଅନୁସାରେ କମିଶନରେଟ୍ ପୋଲିସ ତରଫରୁ ଟ୍ରାଫିକ କଟକଣା ଲାଗୁ କରାଯାଇଛି ।
 
ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ସନ୍ଧ୍ୟା ୫ଟା ୧୦ରୁ ୫ଟା ୫୦ ମିନିଟ ଭିତରେ ଏୟାରପୋର୍ଟରୁ ଜୟଦେବ ବିହାର ଦେଇ ଖଣ୍ଡଗିରି ଫ୍ଲାଏ ଓଭର ବ୍ରିଜରୁ କସମୋପଲିସ ଛକ, ଏମ୍ସ ଅଣ୍ଡରପାସ୍ ରାସ୍ତା ବନ୍ଦ ରହିବ ।
 
ସେହିପରି ଏୟାରପୋର୍ଟ ଛକ, କ୍ୟାପିଟାଲ୍ ହସ୍ପିଟାଲ, ଏଜି ଛକ ରାସ୍ତା, ୧୨୦ ବିଏନ୍ ଛକ, ଶାସ୍ତ୍ରୀନଗର, ବେହେରା ସାହି ଜୟଦେବ ବିହାର ଛକରୁ ୧୬ ନମ୍ବର ଜାତୀୟ ରାଜପଥ ରାସ୍ତା, ଖଣ୍ଡଗିରି ଫ୍ଲାଏ ଓଭର ବ୍ରିଜ୍, କସମୋପଲିସ ଛକ, ଏମ୍ସ ଅଣ୍ଡର ପାସ୍ ରାସ୍ତା ବନ୍ଦ କରାଯିବ ।
 
ରାଜଭବନ ଛକ, ପାୱାର ହାସ୍ ଛକ ଦେଇ ବନ୍ଦ ରହିବ ଗାଡ଼ି ଚଳାଚଳ । ସନ୍ଧ୍ୟା ୬.୩୦ରୁ ୭.୦୫ ଯାଏଁ ଟ୍ରାଫିକ କଟକଣା ରହିବ । ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ଏସବୁ ରାସ୍ତାରେ ଯାତାୟାତ କରିପାରିବେ ନାହିଁ ।
 
ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇ ଦିନିଆ କାର୍ଯ୍ୟକ୍ରମ ରହିଛି । ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଏମ୍ସ ଭୁବନେଶ୍ୱରର ପଞ୍ଚମ ସମାବର୍ତ୍ତନ ସମାରୋହରେ ଯୋଗଦେବେ । ୧୫ ତାରିଖରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ତ୍ରୟୋଦଶ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏହା ବ୍ୟତୀତ ଆଦିକବି ଶାରଳା ଦାସଙ୍କ ୬୦୦ତମ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳିଙ୍ଗ ରତ୍ନ ପୁରସ୍କାର-୨୦୨୪” ପ୍ରଦାନ କରିବେ ।

By Nirvay

Leave a Reply

Your email address will not be published. Required fields are marked *