ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଯୁଦ୍ଧ ହେଲିକପ୍ଟର ‘ପ୍ରଚଣ୍ଡ’ ରେ ସଫଳତାର ସହ ଉଡ଼ାଣ ଭରିଛନ୍ତି । ଏହି ହେଲିକପ୍ଟରରେ ରାଜସ୍ଥାନର ଜୈସଲମେର ଭାରତୀୟ ବାୟୁସେନା ଷ୍ଟେସନରୁ ଉଡ଼ାଣ ଭରିଛନ୍ତି ରାଷ୍ଟ୍ରପତି । ପ୍ରଚଣ୍ଡ ହେଉଛି ଏକ ସ୍ୱଦେଶୀ ଲାଇଟ୍ କମ୍ବାଟ୍ ହେଲିକପ୍ଟର ଯାହା ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ଦ୍ୱାରା ନିର୍ମିତ ହୋଇଛି । ଆତ୍ମନିର୍ଭର ଭାରତର ଏକ ଶକ୍ତିଶାଳୀ ଉଦାହରଣ ହୋଇଛି ପ୍ରଚଣ୍ଡ ହେଲିକପ୍ଟର । ଏହା ମରୁଭୂମି, ଉଚ୍ଚଭୂମି ସମେତ ବିଭିନ୍ନ ଭୂଖଣ୍ଡରେ କାର୍ଯ୍ୟ କରିବା ପାଇଁ କ୍ଷମତା ରଖିଛି ଏବଂ ରାତିରେ ଆକ୍ରମଣ କରିବାର ମଧ୍ୟ କ୍ଷମତା ରହିଛି । ପ୍ରଚଣ୍ଡ, ଏୟାର-ଟୁ-ଗ୍ରାଉଣ୍ଡ, ଏୟାର-ଟୁ-ଏୟାର ମିସାଇଲ୍, ରକେଟ୍ ଓ ୨୦ ଏମଏମ ଗନ୍ ଭଳି ଅସ୍ତ୍ରଶସ୍ତ୍ର ବହନ କରିପାରେ । Post navigation NCERT Class 8 Book Row: ନାଟର ଗୋବର୍ଦ୍ଧନ ଏଡୁସିଲ କି ?