ଆଜି ହେଉଛି ପବିତ୍ର ରକ୍ଷାବନ୍ଧନ। ରକ୍ଷାବନ୍ଧନର ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ କହିଛନ୍ତି,‘ଭଉଣୀ-ଭାଇଙ୍କ ମଧ୍ୟରେ ପ୍ରେମ ଓ ବିଶ୍ବାସର ପର୍ବ ହେଉଛି ରକ୍ଷାବନ୍ଧନ। ଏହି ପର୍ବ ସମସ୍ତ ଭଉଣୀ ଏବଂ ଝିଅଙ୍କ ପ୍ରତି ସମ୍ମାନର ଭାବନା ଆଣେ। ତେଣୁ ଆଜି ଏହି ପବିତ୍ର ଦିବସ ଅବସରରେ ଦେଶବାସୀଙ୍କୁ ସଂକଳ୍ପ ନେବାକୁ ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି । ସେ କହିଛନ୍ତି, ସ୍ନେହ, ଶ୍ରଦ୍ଧା, ସମ୍ମାନର ପ୍ରତୀକ ରକ୍ଷା ବନ୍ଧନ । ଏହି ଦିନ ନିଜ ସୁରକ୍ଷା ପାଇଁ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ। ସମାଜରେ ମହିଳାଙ୍କ ସୁରକ୍ଷା ଓ ସମ୍ମାନ କରିବାକୁ ସମସ୍ତେ ସଂକଳ୍ପ ନିଅନ୍ତୁ। ଭାଇଭଉଣୀଙ୍କ ମଧ୍ୟରେ ଅତୁଟ ସମ୍ପର୍କର ପର୍ବ। ଆଜିର ଦିନରେ ସମାଜରେ ମହିଳାଙ୍କୁ ସମ୍ମାନ ଓ ସୁରକ୍ଷା ଦେବାକୁ ପ୍ରତିଶ୍ରୁତିବଦ୍ଧ ହେବା ଉଚିତ । ପବିତ୍ର ରାଖୀପୂର୍ଣ୍ଣିମାରେ ସ୍ନେହ, ମମତା ଆଉ ସମ୍ପର୍କର ଏହି ଡୋରି ଆହୁରି ମଜଭୁତ ହେଉ ବୋଲି ସେ କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *