ଏମ୍ସର ଭୁବନେଶ୍ୱର ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୬୪୩ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ସାର୍ଟିଫିକେଟ ପ୍ରଦାନ କରିବେ ରାଷ୍ଟ୍ରପତି । ଏହି ଅବସରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସମେତ ଭୁବନେଶ୍ୱର ସାଂସଦ ଓ ଅନ୍ୟ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ରହିଛନ୍ତି । ସେହିପରି ଆସନ୍ତାକାଲି ପୂର୍ବାହ୍ନରେ ରାଷ୍ଟ୍ରପତି ରେଭେନ୍ସା ବିଶ୍ୱବିଦ୍ୟାଳୟର ତ୍ରୟୋଦଶ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଏହାପରେ ସେ କଟକର ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟ ଉନ୍ନତୀକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଅପରାହ୍ନରେ କଟକ ତୁଳସୀପୁର ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନ ଯାଇ ଆଦିକବି ସାରଳା ଦାସଙ୍କ ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ହେବାକୁ ଥିବା ସାରଳା ଦାସଙ୍କ ୬୦୦ତମ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବା ସହିତ କଳିଙ୍ଗ ପୁରସ୍କାର ୨୦୨୪ ପ୍ରଦାନ କରିବେ। Post navigation ବାଲେଶ୍ୱର ଏଫ୍.ଏମ୍. କଲେଜ ନିଲମ୍ବିତ ପ୍ରିନ୍ସିପାଲ ଗିରଫ ଛାତ୍ରୀ ଆତ୍ମାହୂତି ଘଟଣା ପଛରେ ଛାତ୍ର କଂଗ୍ରେସର ନେତାମାନେ ଉସ୍କାଇଥିବା ପ୍ରମାଣ ସାମାଜିକ ଗଣମାଧ୍ୟମରେ ରହିଛି : ବିରଂଚି ନାରାୟଣ ତ୍ରିପାଠୀ