ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୦ଟି ରାଜ୍ୟର ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି। ରାଜସ୍ଥାନ, ତେଲେଙ୍ଗାନା, ଝାଡ଼ଖଣ୍ତ, ଛତିଶଗଡ଼, ମେଘାଳୟ, ମହାରଷ୍ଟ୍ର, ମଣିପୁର, କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ଏବଂ ଚଣ୍ତିଗଡ଼ରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି କରାଯାଇଛି ।

ହରିଭାଉ କିଷାନରାଓ ରାଜସ୍ଥାନ, ବିଷ୍ନୁ ଦେବ ବର୍ମା ତେଲେଙ୍ଗାନା, ଓମ୍‌ ପ୍ରକାଶ ମାଥୁର ସିକ୍କିମ, ସନ୍ତୋଷ କୁମାର ଗଙ୍ଗୱାର ଝାଡ଼ଖଣ୍ଡ, ରମେନ ଡେକା ଛତିଶଗଡ଼ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି । ପର୍ବରୁ ବିଶ୍ବଭୂଷଣ ହରିଚନ୍ଦନ ଥିଲେ ଛତିଶଗଡ଼ ରାଜ୍ୟପାଳ। ସିଏଚ୍ ବିଜୟଶଙ୍କର ମେଘାଳୟ, ସି.ପି ରାଧାକ୍ରିଷ୍ଣନ ମହାରାଷ୍ଟ୍ରର ରାଜ୍ୟପାଳ ନିଯୁକ୍ତ ଭାବେ ନିଯୁକ୍ତି ପାଇଛନ୍ତି। ପୂର୍ବରୁ ଝାଡ଼ଖଣ୍ଡ ରାଜ୍ୟପାଳ ଥିଲେ ରାଧାକ୍ରିଷ୍ଣନ। ସେ ଝାଡ଼ଖଣ୍ଡ ରାଜ୍ୟପାଳ ସହ ତେଲେଙ୍ଗାନା ଦାୟିତ୍ବରେ ଥିଲେ। ଗୁଲାବ ଚାନ୍ଦ କତାରିଆ ପଞ୍ଜାବ ରାଜ୍ୟପାଳ ନିଯୁକ୍ତ। ଗୁଲାବଙ୍କୁ ପଞ୍ଜାବ ସହ ଚଣ୍ଡିଗଡ଼ର ପ୍ରଶାସକ ଦାୟିତ୍ବ ମିଳିଛି। ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଆସାମ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି ।ଲକ୍ଷ୍ମଣଙ୍କୁ ଆସାମ ସହ ମଣିପୁରର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ପୂର୍ବରୁ ଆସାମର ରାଜ୍ୟପାଳ ଥିଲେ ଗୁଲାବ ଚାନ୍ଦ।

ପଞ୍ଜାବ ରାଜ୍ୟପାଳ ତଥା କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡ଼ର ବନୱାରିଲାଲ ପୁରୋହିତଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ରାଷ୍ଟ୍ରପତି। ବନୱାରିଲାଲ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ।

By Nirvay

Leave a Reply

Your email address will not be published. Required fields are marked *