ଆଜି ଓଡ଼ିଶା ଆସିଛନ୍ତି ବିଜୁ ପଟ୍ଟନାୟକଙ୍କ ନାତି ତଥା ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ । ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ଆଜି ଓଡ଼ିଶା ଆସିଛନ୍ତି ଅରୁଣ ପଟ୍ଟନାୟକ । ବିଜେଡିର ବିପର୍ଯ୍ୟୟ ପାଇଁ ଭିକେ ପାଣ୍ଡିଆନ ଓ ତାଙ୍କ ଟିମକୁ ଦାୟୀ କରାଯାଉଥିବାବେଳେ ଅରୁଣଙ୍କ ଅଚାନକ ଭୁବନେଶ୍ୱର ଆଗମନ ବିଜେଡି ରାଜନୀତିକୁ ଉଷ୍ମ କରିଦେଇଛି । ନବୀନଙ୍କ ଉତ୍ତରାଧିକାରୀ ହୋଇ ଅରୁଣ ବିଜେଡିର ନେତୃତ୍ୱ ନେବେ ନା ନବୀନଙ୍କୁ ସାନ୍ତ୍ୱନା ଦେବାକୁ ଓଡ଼ିଶା ଆସିଛନ୍ତି ।

 

ସୂଚନା ଅନୁସାରେ, ନବୀନଙ୍କ ବଡ଼ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ଅରୁଣ ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଂଚିଛନ୍ତି । ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ସହ ସେ ଦିଲ୍ଲୀରୁ ଆସି ସିଧାସଳଖ ନବୀନ ନିବାସ ଯାଇଥିଲେ । ବିମାନ ବନ୍ଦରରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ(ବବି) ଉଭୟ ଅରୁଣ ଓ ପାଣ୍ଡିଆନଙ୍କୁ ରିସିଭ୍ କରିଥିଲେ । ସମସ୍ତେ ନବୀନ ନିବାସରେ କିଛି ସମୟ ବିତାଇବା ପରେ ପାଣ୍ଡିଆନ ଓ ବବି ନିଜ ନିଜ ଘରକୁ ଫେରିଛନ୍ତି । ନବୀନ ନିବାସରେ ନବୀନଙ୍କ ସହ ଅରୁଣ ରହିଥିବା ଜଣାପଡ଼ିଛି । ଆଗରୁ ମଧ୍ୟ ଅରୁଣଙ୍କ ରାଜନୀତିରେ ପ୍ରବେଶ ନେଇ ବହୁ ଥର ଚର୍ଚ୍ଚା ହୋଇ ସାରିଛି ।

By SonaliP

Leave a Reply

Your email address will not be published. Required fields are marked *