ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ନବୀନ ନିବାସରେ ପହଞ୍ଚିଲେ ବଡ଼ ଭାଇ ପ୍ରେମ ପଟ୍ଟନାୟକ । ଡିହାଇଡ୍ରେସନ କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପ୍ରାୟ ୭୭ ଘଣ୍ଟା ପରେ ସୁସ୍ଥ ହୋଇ ନବୀନ ନିବାସ ଫେରିଛନ୍ତି । ନବୀନ ପଟ୍ଟନାୟକଙ୍କୁ ସାରା ରାଜ୍ୟରୁ ଶୁଭେଚ୍ଛା ଜଣାଯାଉଛି, ସମର୍ଥକ ଏବଂ ଦଳର ସଦସ୍ୟମାନେ ତାଙ୍କ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ଅଗ୍ରଗତି ଉପରେ ନଜର ରଖିଛନ୍ତି।

ଅନ୍ୟପଟେ ଆଜି ସଂଧ୍ୟାରେ ନବୀନ ନିବାସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଥିବା ସୂଚନା ମିଳିଛି ।  ଯେଉଁଥିରେ ପ୍ରେମ ପଟ୍ଟନାୟକ ବରିଷ୍ଠ ନେତାମାନଙ୍କୁ ଭେଟିବେ। ଏହି ବୈଠକରେ ବିଜେଡିର ପରବର୍ତ୍ତୀ ରାଜନୈତିକ ପଦକ୍ଷେପ ଓ ଦଳର ଭବିଷ୍ୟତ ରଣନୀତି ନେଇ ଆଲୋଚନା ହେବାର ସମ୍ଭାବନା ରହିଛି।

ସୂଚନା ଯୋଗ୍ୟ; ଗତ ୧୭ ତାରିଖରେ ଡିହାଇଡ୍ରେସନ ଯୋଗୁଁ ଅସୁସ୍ଥ ହୋଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ନବୀନ । ସୁସ୍ଥ ହେବା ପରେ ସେ ଗତ ବୁଧବାର ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ।

Leave a Reply

Your email address will not be published. Required fields are marked *