ବୋଲଗଡ ବ୍ଲକ ଅନ୍ତର୍ଗତ କାଉଁରୀପାଟଣା ପ୍ରକଳ୍ପ ବିଦ୍ୟାଳୟର ୧୧୪ ନମ୍ବର ବୁଥରେ ଶନିବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଦେଖାଯାଇଥିବା ଉତ୍ତେଜନାକୁ ନେଇ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରାଯାଇଛି। ଜାମିନ ନାମଞ୍ଜୁର ପରେ ପ୍ରଶାନ୍ତଙ୍କୁ ଖୋର୍ଦ୍ଧା ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି ।

ପ୍ରିଜାଇଡିଂ ଅଫିସର ଜ୍ଞାନରଞ୍ଜନ ତ୍ରିପାଠୀଙ୍କ ଅଭିଯୋଗ ଆଧାରରେ ପ୍ରଶାନ୍ତ ଜଗଦେବ୍ବଙ୍କୁ ପୋଲିସ ଗିରଫ କରିଛି । ଅନ୍ୟପଟେ ପ୍ରଶାନ୍ତଙ୍କ ଗିରଫଦାରୀକୁ ନେଇ ବିଜେପି କର୍ମୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏହାକୁ ଖୋର୍ଦ୍ଧା ପୁଲିସର ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି ବିଜେପି ନେତା ନିକୁଞ୍ଜ ପଟ୍ଟନାୟକ ଅଭିଯୋଗ ଆଣିଛନ୍ତି। ଜାଣି ଶୁଣି ପ୍ରଶାନ୍ତଙ୍କୁ ଗତକାଲି ଝଗଡ଼ା ପାଇଁ ଉସକା ଯାଉଥିଲା ।

ଏହାସହ EVM ଭଙ୍ଗାକୁ ସେ ଅସ୍ବୀକାର କରିବା ସହ CCTV ଯାଞ୍ଚ ପାଇଁ ଦାବି କରି ବୋଲଗଡ ଥାନା ସମ୍ମୁଖରେ ଧାରଣା ଦେଇଥିଲେ ମଧ୍ୟ ସେ ପ୍ରତି ଧ୍ୟାନ ଦିଆଯାଇନଥିଲା। ସରକାରୀ ଦଳର ଯୋଜନା ଧରାପଡିଯିବା ଆଶଙ୍କାରେ ଜଗଦେବ୍ବଙ୍କୁ ଗିରଫ କରାଯାଇଛି ବୋଲି ବିଜେପି ଅଭିଯୋଗ କରିଛି।

By Nirvay

Leave a Reply

Your email address will not be published. Required fields are marked *