ଗୁଣ୍ଡିଚା ମନ୍ଦିର ଆଗରେ ଦଳାଚକଟା ହୋଇ ତିନି ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସମ୍ପୂର୍ଣ୍ଣ ତ୍ରୁଟିରେ ରଥଯାତ୍ରା ହୋଇଛି ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ତାଙ୍କ କହିବା ଅନୁସାରେ, ରାଜ୍ୟ ସରକାର କେବଳ ବାକ୍ୟ ବୀର, କିନ୍ତୁ କର୍ମବୀର ନୁହଁନ୍ତି । ଜିଲ୍ଲାପାଳ ଓ ଏସ୍ପିଙ୍କୁ ବଦଳି କରିବା, ଘଟଣାର ସମାଧାନ ନୁହେଁ । ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଏଭଳି ଘଟଣା ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଆନ୍ଦୋଳିତ କରିଛି, ସେମାନଙ୍କ ମନରେ ଗଭୀର ଆଘାତ ଦେଇଛି । ସେ ମନ୍ତ୍ରୀ ହେଉ କି ସରକାରୀ ଅଧିକାରୀ ଯିଏ ଦାୟିତ୍ୱରେ ଥିଲେ ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେଉ ବୋଲି ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି କହିଛନ୍ତି Post navigation ବିଏମ୍ସି ଅଫିସରେ ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଅଭିଯୋଗ ଭିଜିଲାନ୍ସ ଜାଲରେ ମୃତ୍ତିକା ସଂରକ୍ଷଣ ବିଭାଗ ଯୁଗ୍ମ ନିର୍ଦ୍ଦେଶକ; ୫୭ ଏକର ଜମି ଠାବ