ଆଜି ସାମ୍ୱାଦିକ ସମ୍ମିଳନୀରେ ଚିକିଟି ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ବିଜେଡି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍‌ର କରିଥିବା ଗସ୍ତକୁ ସମାଲୋଚନା କରିବା ସହ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଂସଦ ପ୍ରଦୀପ ପାଣିଗ୍ରାହୀ। ସେ ସାମ୍ୱାଦିକ ସମ୍ମିଳନୀ ମଧ୍ୟରେ କହିଛନ୍ତି ୨୪ ବର୍ଷ ବିଜେଡି ସରକାରରେ ଥିଲା ବେଳେ ଏମିତି ଯଦି କରିଥାଆନ୍ତେ ଭଲ ହୋଇଥାନ୍ତା । ଏବେ ନବୀନ ବାବୁ ଟିକେ ଆକ୍ଟିଭ୍‌ ଅଛନ୍ତି । ଏହି ଘଟିଥିବା ବିଷାକ୍ତ ମଦ ମୃତ୍ୟୁ ମାମଲାରେ ଅବକାରୀ ନୀତି କଡ଼ାକଡ଼ି କରିବା ଆବଶ୍ୟକତା ରହିଛି । ତଦନ୍ତ ପରେ ସବୁ କଥା ପଦାକୁ ଆସିବ । ଯେଭଳି ଭବିଷ୍ୟତରେ ଏହିପରି ଘଟଣା ନ ଘଟିବ ।

ସୂଚନା ମୁତାବକ; ଚିକିଟି ମଦ ମୃତ୍ୟୁ ମାମଲାର ଅନୁଧ୍ୟାନ କରିବାକୁ ଗଞ୍ଜାମ ଯିବ ବିଜେଡ଼ିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ । ଏଥିପାଇଁ ବିଜେଡି ପକ୍ଷରୁ ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ଗଠନ କରାଯାଇଛି । ଘଟଣାସ୍ଥଳରେ ଦଳ ସ୍ଥିତି ଅନୁସନ୍ଧାନ କରିବ । ସ୍ଥିତି ଅନୁଧ୍ୟାନ କରି ଏକ ରିପୋର୍ଟ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିବେ । ରିପୋର୍ଟକୁ ଆଧାର କରି ଦଳ ପରବର୍ତ୍ତୀ କାର୍ଯ୍ୟକ୍ରମ ହାତକୁ ନେବ ବୋଲି କାଲି ବିଜେଡି ତରଫରୁ ସୂଚନା ଦେଇଥିବା ବେଳେ ଆଜି ଏହାକୁ କେନ୍ଦ୍ର କରି ସମାଲୋଚନା କରିଛନ୍ତି ପ୍ରଦୀପ ପାଣିଗ୍ରାହୀ ।

Leave a Reply

Your email address will not be published. Required fields are marked *