ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ଆଜି ତାଙ୍କର ସମର୍ଥକଙ୍କ ସହ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି। ବିେଜପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ପିନ୍ଧାଇ ସ୍ବାଗତ କରିଛନ୍ତି। ପ୍ରଦୀପ ଆଜି ବ୍ରହ୍ମପୁରରେ ରାଜନାଥ ସିଂହଙ୍କ ସଭାରେ ଯୋଗ ଦେଇ ଅନେକ କଥା କହିଥିଲେ। ଭ୍ରଷ୍ଟାଚାରି ସରକାରଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ ଅନ୍ଧ, ମୁକ ଏବଂ ଗରିବ ସରକାର ଦରକାର ନାହିଁ। ସେ ଜନତାକୁ କହିଥିଲେ ଯେ ମାତ୍ର ୨ ମାସ ସମୟରେ ବିଜେପି ସାଥ ଦେଲେ ବହୁତ କିଛି ପରିବର୍ତ୍ତନ ହୋଇପାରିବ। ବିଜେପିରେ ମିଶିବା ଦ୍ବାରା ଗଞ୍ଜାମରେ ବିଜେପି ଅଧିକ ସୁଦୃଢ଼ ହେବ ବୋଲି ସେ କହିଛନ୍ତି। ବିଜେପିରେ ଯୋଗଦେବା ପରେ ପାଣିଗ୍ରାହୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସାରା ବିଶ୍ୱରେ ସମ୍ମାନିତ କରିଛନ୍ତି। ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ମିଶିଛି। Post navigation ପାଣ୍ଡିଆନଙ୍କୁ ଟମାଟୋ ମାଡ଼ ! କାଳିଆ ଯୋଜନାରେ ଚାଷୀଙ୍କୁ ସହାୟତା ଆଉ ୩ ବର୍ଷ ବଢ଼ିଲା