Pradeep Jena elected Bhubaneswar Club President
ଅବସରପ୍ରାପ୍ତ ଆଇଏଏସ ଅଫିସର ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଏବଂ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ପ୍ରଦୀପ ଜେନା ଭୁବନେଶ୍ୱର କ୍ଲବ ସଭାପତି ଭାବରେ ନିର୍ବାଚିନ ହୋଇଛନ୍ତି ।
 
ପ୍ରଦୀପ ଜେନା ତାଙ୍କ ପ୍ରତିଦ୍ୱନ୍ଦୀ ଅସିତ ତ୍ରିପାଠୀଙ୍କୁ ୧୮ ଖଣ୍ଡ ଭୋଟରେ ପରାସ୍ତ କରି ପ୍ରଥମ ଥର ପାଇଁ ଭୁବନେଶ୍ୱର କ୍ଲବ ସଭାପତି ହୋଇଛନ୍ତି । ଅସିତ ତ୍ରିପାଠି ଦୁଇଥର ଭୁବନେଶ୍ୱର କ୍ଲବ ସଭାପତି ନିର୍ବାଚିତ ହୋଇଥିଲେ ।
 
ଲଳିତ ଦାସ ଭୁବନେଶ୍ୱର କ୍ଲବ ସଂପାଦକ ଭାବେ ନିର୍ବାଚିତ ହୋଇଥିବାବେଳେ ପ୍ରଗତି ମହାନ୍ତି ଉପସଭାପତି, ଲଳିତ ଦାସ ସଚିବ ଏବଂ ସମ୍ବିତ ମହାନ୍ତି ଯୁଗ୍ମ ସଚିବ ଭାବରେ ନିର୍ବାଚିତ ହୋଇଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *