ଖୁବ୍ ଶୀଘ୍ର ରାଜ୍ୟ ନୂଆ ମହିଳା କମିଶନର ନିଯୁକ୍ତି ନେଇ ସୂଚନା ଦେଇଛନ୍ତି ପ୍ରଭାତୀ ପରିଡା | ପୂର୍ବ ମହିଳା କମିଶନର ମିନତୀ ବେହେରା ହଟିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଗଣମାଧ୍ୟମ ରେ ମନ୍ତବ୍ୟ ରଖିଛନ୍ତି | ମହିଳା କମିଶନଙ୍କ ଅପାରଗତା ଭୂମିକାକୁ ନେଇ ସରକାର ନୋଟିସ କରିଥିଲେ,ଏନେଇ ତାଙ୍କୁ କାରଣ ଦର୍ଶାଅ ନୋଟିସ ମଗାଇଥିଲା ସନ୍ତୋଷଜନକ ଉତ୍ତର ନ ମିଳିବାରୁ କାଲି ତାଙ୍କୁ ପଦ ରୁ ନିବୃତ କରାଯାଇଛି | ସୂଚନା ଅନୁଯାୟୀ ମହିଳା କମିଶନ ଅଧ୍ୟକ୍ଷ ପଦରୁ ମିନତୀ ବେହେରା ଆଜି ହଟିଛନ୍ତି । ମିନତୀଙ୍କ ପଦଚ୍ୟୁତ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନୂଆ ସରକାର ଆସିବା ପରେ ଗତ ଅକ୍ଟୋବର ମାସରେ ମହିଳା କମିଶନ ଭଙ୍ଗ ହେବା ପରେ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ରହିଥିବା ମିନତୀ ବେହେରାଙ୍କ ସମେତ ଅନ୍ୟ ସମସ୍ତ ସଦସ୍ୟାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍କାଳ ପ୍ରଭାବରୁ ବରଖାସ୍ତ କରାଯାଇଥିଲା । ହେଲେ ଏନେଇ କୌଣସି ସୂଚନା ପାଇନାହାନ୍ତି କହି ବରଖାସ୍ତ ପରେ ବି ନିୟମିତ କାର୍ଯ୍ୟକୁ ଆସୁଥିଲେ ମିନତୀ । ଏହାପରେ କାହିଁକି ତାଙ୍କର ପଦଚ୍ୟୁତି କରାଯିବ ନାହିଁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ କରାଯାଇଥିଲା । କାରଣ ଦର୍ଶାଅ ଚିଠିର ଉତ୍ତରରେ କିନ୍ତୁ ସରକାର ଖୁସି ନାହାନ୍ତି। ସନ୍ତୋଷଜନକ ଉତ୍ତର ନମିଳିବାରୁ ମିନତୀଙ୍କୁ ପଦରୁ ଅପସାରଣ କରାଯାଇଛି । Post navigation ଅଗ୍ନିଶମ ପାଇଁ ଓଡ଼ିଶାକୁ ୨୦୧ କୋଟି ଟଙ୍କା ମଂଜୁର କଲେ କେନ୍ଦ୍ର ସରକାର ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର; ୨୪ ଘଣ୍ଟାରେ ବର୍ଷା ସମ୍ଭାବନା