ବିଜେପି ନେତା ଅରବିନ୍ଦ ଢାଲି ବିଜେଡି ଉପରେ କରିଥିବା ମନ୍ତବ୍ୟ ପରେ ଜୋର ସରଗରମ ହୋଇଛି ରାଜନୀତି । ମମତା ମହାନ୍ତଙ୍କ ଇସ୍ତଫା ପରେ ବିଜେପି ନେତା ଅରବିନ୍ଦ ଢାଲି କହିଛନ୍ତି ବିଜେଡି ବସା ଖାଲି ହୋଇଯିବ। ୨୫ ବର୍ଷରେ ବିଜେଡି ଯାହା କରିନି, ଭାଜପା ୫ ବର୍ଷରେ କରିବ। ବିଜେଡିକୁ ନେଇ ଢାଲିଙ୍କ ମନ୍ତବ୍ୟରେ ଘିଅ ଢାଳିଛନ୍ତି ଅମର ଶତପଥୀ ସେ କହିଛନ୍ତି ଦଳର ଆମୂଳଚୁଳ ସଂଗଠନ ଠିକ୍‌ ନକଲେ ଆଗକୁ ଅନେକ ଅଘଟଣ ଘଟିବ । ଆମ ସମସ୍ତଙ୍କର ଏ ଦିଗରେ ଅନୁଭବ ରହିଛି । ସଂଗଠନ ଠିକ୍‌ କରିବାକୁ ପ୍ରଚେଷ୍ଟା ଆରମ୍ଭ ହୋଇଛି, ଦେଖାଯାଉ କଣ ହେଉଛି ।

ଅନ୍ୟପଟେ ଅରବିନ୍ଦ ଢାଲିଙ୍କ ବିଜେଡିକୁ ବିଜେପି ଭାଙ୍ଗିବା ଓ ମମତା ମହନ୍ତ ବିଜେପିରେ ସାମିଲ ହେବା ମନ୍ତବ୍ୟକୁ କାଉଣ୍ଟର କରିଛନ୍ତି ବିଜେଡି ନେତା ଉମା ସାମନ୍ତରାୟ। ସେ କହିଛନ୍ତି, ଯେଉଁମାନେ ରଙ୍ଗ ବଦଳାନ୍ତି,ସେମାନଙ୍କ ଚରିତ୍ର ସେପରି। ବିଜେଡି ଆଜି ବି ଶକ୍ତିଶାଳୀ ଦଳ, ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ବିଶ୍ୱାସ ଅଛି। ତାଙ୍କ କଥାର କିଛି ଗୁରୁତ୍ୱ ନାହିଁ, ବିଜେଡିକୁ ଫରକ ପଡ଼ିବନି। ସ୍ଥିତି ଟଳମଳ ପରେ ଚକ୍ରାନ୍ତ କରି ଭାଜପା ଯାଉଛନ୍ତି ।

ସେହିପରି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି , ବିଜେପି ଏହା ଜାଣିଥିଲା । ମମତା ମହନ୍ତ ଇମୋସନାଲ ହେଇ ଇସ୍ତଫା ଦେଇନାହାଁନ୍ତି । ସେ ବିଜେପିରେ ସାମିଲ ହେବେ ବୋଲି ଜଣାପଡୁଥିଲା । ହେଲେ ରାଜ୍ୟସଭାରେ ଏବେ ବି ବିଜେଡି ସାଂସଦମାନେ ଏକତ୍ରିତ ଅଛନ୍ତି ।

Leave a Reply

Your email address will not be published. Required fields are marked *