ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଚିକିଟି ଗଡ଼ରେ ଘଟିଛି ଅଭାବନୀୟ ଘଟଣା । ୪ ଜଣ ଫାଇନାନ୍ସ କର୍ମଚାରୀ ଚିକିଟି ଗଡ଼ରେ ଅପହରଣ । ସେମାନଙ୍କ ମଧ୍ୟରେ ୩ ଜଣ କଟକର ହୋଇଥିବାବେଳେ ଓ ଜଣେ ଦିଲ୍ଲୀର ଥିବା ବେଳେ କୌଶଳକ୍ରମେ ଜଣେ ଖସିଆସି ଚିକିଟି ତହସିଲଦାରଙ୍କୁ ଜଣାଇଥିଲେ। ତହସିଲଦାରଙ୍କ ସହଯୋଗରେ ପୁଲିସ୍ ଅନ୍ୟ ୩ ଜଣ ବ୍ୟକ୍ତିଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

ପ୍ରଥମେ ଏହି ଅପହୃତ ମାନଙ୍କୁ ଗୋଳନ୍ଥରା ଥାନା ଇଲାକାରେ ପ୍ରଥମେ ଅପହରଣ କରି ରଖିବା ପରେ ସେମାନଙ୍କୁ ଚିକିଟି ଗଡ଼ରେ ଗତ ତିନିଦିନ ହେବ ରଖାଯାଇ ଅକଥନୀୟ ଅତ୍ୟାଚାର କରାଯାଉଥିଲା । ଚିକିଟି ଗଡ଼ରେ ଜଣଙ୍କ ଘର ବାଡ଼ି ପଟେ  ଏମାନଙ୍କୁ ବନ୍ଧକ ରଖି ଚାରି ଜଣଙ୍କୁ ନିର୍ଯାତନା ଦେବା ସହ ଏକ ବିରାଟ ନାଗ ସାପ ଦେଖାଇ ମାରିବାକୁ ଧମକ ଦେଇଥିବା ପୋଲିସ କହିଛି । ଯେଉଁ ଘରେ ସେମାନଙ୍କୁ ବନ୍ଧକ ରଖା ଯାଇଥିଲା ସେଠି ଗଞ୍ଜେଇ ଚାଷ କରାଯାଉଥିବା ମଧ୍ୟ ଜଣାପଡିଛି ।

ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଅପହରଣ ହୋଇଥିବା ୪ ଜଣ ବ୍ୟକ୍ତି ଏକ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟ କରନ୍ତି । ସେମାନେ ବ୍ୟବସାୟିକ ଅନୁଷ୍ଠାନ ପାଇଁ ଋଣ ଯୋଗାନ୍ତି । କିଛି ଲୋକ ନିଜକୁ ବ୍ୟବସାୟୀ କହି ସେମାନଙ୍କୁ ଫୋନ୍ କରିଥିଲେ । ଋଣ ଯୋଗାଣ ନେଇ କଥା ହୋଇଥିଲେ ଏବଂ ଫାଇନାନ୍ସ କର୍ମଚାରୀଙ୍କୁ ଦେଖାକରିବାକୁ ଡାକିଥିଲେ । ଏହା ପରେ ସମସ୍ତ ୪ କର୍ମଚାରୀ ଅଜଣା ବ୍ୟକ୍ତିଙ୍କୁ ଦେଖାକରିବାକୁ ଯାଇଥିଲେ । ଗୋଳନ୍ଧରା ଥାନା ଅଞ୍ଚଳରେ ପହଁଞ୍ଚିବା ପରେ କିଛି ବ୍ୟକ୍ତି ସେମାନଙ୍କୁ ଅପହରଣ କରି ନେଇଥିଲେ । ଦୀର୍ଘ ୪ ଦିନ ସେମାନଙ୍କୁ ଅକଥନୀୟ ନିର୍ଯ୍ୟାତନା ଦିଆଯାଇଥିଲା । ବିଷାକ୍ତ ସାପ ଦେଖାଇ କୋଟିଏ ଟଙ୍କା ଦାବି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି କୌଶଳ କ୍ରମେ ସେଠାରୁ ଖସି ଆସି ତହଲସିଲଦାରଙ୍କ କାର୍ଯ୍ୟାଳୟ ପହଞ୍ଚିଥିଲା । ତହସିଲଦାର ତୁରନ୍ତ କେ.ନୂଆଗାଁ ପୋଲିସକୁ ଜଣାଇବାରୁ ସେମାନଙ୍କର ମୋବାଇଲ ଟ୍ରାକ୍ କରାଯାଇଥିଲା । ପୋଲିସ ଟ୍ରାକିଂ କରି ସମସ୍ତଙ୍କୁ ଉଦ୍ଧାର କରିଥିଲେ ।

Leave a Reply

Your email address will not be published. Required fields are marked *