ଲୋୟର ପିଏମ୍‌ଜି ସାଜିଲା ରଣକ୍ଷେତ୍ର । ନାରୀ ନିର୍ଯ୍ୟାତନାକୁ ପ୍ରସଙ୍ଗ କରି କଂଗ୍ରେସ ଆଜି ନିଜର ସ୍ଥିତି ଜାହିର କରିବାକୁ ଚେଷ୍ଟା କରିଥିବା ଦେଖିବାକୁ ମିଳିଛି । ସରକାରଙ୍କ ବିରୋଧରେ ରଣ ହୁଂକାର ଦେଇଛି ରାଜ୍ୟ କଂଗ୍ରେସ । ରାଜଧାନୀ ରାଜ ରାସ୍ତାରେ ଏକତ୍ରିତ ହୋଇଛନ୍ତି ହଜାର ହଜାର ସଂଖ୍ୟାରେ କର୍ମୀ । ବିଧାନସଭାକୁ ପ୍ରବେଶ ଉଦ୍ୟମ ବେଳେ ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି ଓ ଠେଲାପେଲା ସ୍ଥିତି ଦେଖା ଦେଇଛି । ପୋଲିସ ଉପରକୁ ଟେକା ପଥର ଫିଙ୍ଗିଲେ କଂଗ୍ରେସ କର୍ମୀ । କଂଗ୍ରେସର ପଥରମାଡ଼ ପରେ ପୋଲିସର ଲାଠିଚାର୍ଜ କରିଥିବା ଜଣାପଡିଛି ।

କଂଗ୍ରେସ କର୍ମୀ ବ୍ୟାରିକେଡ୍ ଭାଙ୍ଗିବାକୁ ଉଦ୍ୟମ କରିବାରୁ ପୋଲିସ ପକ୍ଷରୁ ପାଣିମାଡ଼ କରାଯାଇଛି । କଂଗ୍ରେସ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା ପୁଲିସ । ଏହା ସହ ଲାଠି ଚାର୍ଜ ପରେ ପୋଲିସକୁ ଚେୟାର ଏବଂ ପଥର ପିଙ୍ଗିଛନ୍ତି କଂଗ୍ରେସ କର୍ମୀ । କଂଗ୍ରେସ କର୍ମୀଙ୍କୁ ଅଟକାଇବାକୁ ନାକେଦମ୍‌ ପୋଲିସ । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଟିୟର ଗ୍ୟାସ୍ ପ୍ରୟୋଗ କରିଛି ପୋଲିସ ।

Leave a Reply

Your email address will not be published. Required fields are marked *