ନୂଆପଡ଼ା କଂଗ୍ରେସ କାର୍ଯ୍ୟାଳୟକୁ ଧସେଇ ପଶିଲା ପୋଲିସ। ମନରେଗା କାର୍ଯ୍ୟ ଓ ବିଜେପି ସରକାରଙ୍କ ଦାଦନ ଚାଲାଣରେ ଭୂମିକାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ହେଉଥିବା ବେଳେ କାର୍ଯ୍ୟାଳୟକୁ ଧସେଇ ପଶିଲା ନୂଆପଡା ପୋଲିସ । ଏହାପରେ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଯୁକ୍ତି ତର୍କ ହେଲା ପରେ ପୋଲିସ ଟିମ୍ ଚାଲିଯାଇଥିଲା । ସୂଚନା ଯୋଗ୍ୟ; ଦାଦନ ଚାଲାଣରେ ଭୂମିକାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ହେଉଥିବା ବେଳେ କାର୍ଯ୍ୟାଳୟକୁ ଧସେଇ ପଶିଥିଲା ନୂଆପଡା ପୋଲିସ । ଧସେଇ ପଶି କାର୍ଯ୍ୟାଳୟରେ କଣ ହେଉଛି ? ଏହାକୁ ନେଇ କଂଗ୍ରେସ ସୂଚନା କାହିଁକି ଦେଉନି ବୋଲି ପ୍ରଶ୍ନ କରିଥିଲା ପୋଲିସ । ପରେ ସାମ୍ବାଦିକ ସମ୍ମିଳନୀ ହେଉଥିଲା ବୋଲି ଜାଣିବାକୁ ପାଇଥିଲେ । ଏହାପରେ ଏହି ଘଟଣାକୁ ନେଇ ବିଜେପି ନିର୍ବାଚନରେ ପରାଜୟର ଆଶା ନେଇ ଓ କଂଗ୍ରେସକୁ ଭୟ କରି ପୋଲିସ ଦ୍ୱାରା ଏପରି ହଇରାଣ କରୁଥିବା ଅଭିଯୋଗ କରିଛି କଂଗ୍ରେସ । ଆଗକୁ ଏପରି ହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି । କଂଗ୍ରେସ ଅଭିଯୋଗ କରିଛି ଯେ କେନ୍ଦ୍ରରେ କଂଗ୍ରେସ ସରକାର ଅମଳରେ ଦାଦନ ସମସ୍ୟା ରୋକିବା ପାଇଁ ଜାତୀୟ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ କରିଥିଲେ। ତେଵେ ନୂଆପଡା ଜିଲ୍ଲାରେ ଉକ୍ତ ଯୋଜନାର ସୁଫଳ ମିଳୁନଥିବା ବେଳେ ରାଜ୍ୟ ସରକାର ଏହାର ନିରାକରଣ କରିବା ପରିବର୍ତ୍ତେ ବିଜେପି ଦଳ ନିଜ ଦଳର ନେତା ଏବଂ କର୍ମୀ ରାଜ୍ୟ ସରକାରଙ୍କ ସହାୟତାରେ ନୂଆପଡା ଜିଲ୍ଲାରୁ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଚାଲାଣ କରୁଛନ୍ତି। ମନରେଗା ଯୋଜନାରେ ୨୦୨୩-୨୪ ଆର୍ଥିକ ବର୍ଷରେ ନୂଆପଡା ଜିଲ୍ଲା ପାଇଁ ୧୭୫୦ କୋଟି ଟଙ୍କାର ବଜେଟ ଥିବା ବେଳେ ବର୍ତ୍ତମାନ ୨୦୨୪-୨୫ ରେ ୧୨୫୦ କୋଟି ଟଙ୍କା ବଜେଟରେ ଦିଆଯାଇଛି। ଫଳରେ ନୂଆପଡା ଜିଲ୍ଲାରୁ ଅନେକ କାମଧନ୍ଦା ନପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। Post navigation AUS vs IND T20: ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦ ବାତିଲ୍ Nuapada Bypoll: ନୂଆପଡା ରେ ବିଜେପି ର ବିଶାଳ ମିଶ୍ରଣ ପର୍ବ