ପାକିସ୍ତାନର ପରାଜୟ ସତ୍ତ୍ବେ ପାକ୍ ସେନା ମୁଖ୍ୟ ମୁନିରଙ୍କୁ ମିଳିଲା ପଦୋନ୍ନତି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ସେନା ମୁଖ୍ୟ ଆସିମ ମୁନିରଙ୍କୁ ଏକ ବଡ଼ ସଫଳତାରେ ସମ୍ମାନିତ କରିଛନ୍ତି। ଆସିମଙ୍କୁ ଫିଲ୍ଡ ମାର୍ଶଲ ରାଙ୍କକୁ ପ୍ରମୋସନ ସୂଚନା । ଅପରେସନ୍ ସିନ୍ଦୂରରେ ପାକିସ୍ତାନର ଧଜିଆ ଉଡ଼ାଇଛି ଭାରତ । ଆସିମ ମୁନିର ପାକିସ୍ତାନର ଦ୍ୱିତୀୟ ଫିଲ୍ଡ ମାର୍ଶାଲ ହେବେ, ଏହା ପୂର୍ବରୁ ଜେନେରାଲ ଆୟୁବ ଖାନ ଫିଲ୍ଡ ମାର୍ଶାଲ ପଦବୀ ପାଇଥିଲେ। ପାକିସ୍ତାନୀ ଗଣମାଧ୍ୟମ ଏବଂ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ବିବୃତି ଅନୁସାରେ, ପାକିସ୍ତାନ କ୍ୟାବିନେଟ ମଙ୍ଗଳବାର ଏହି ପଦୋନ୍ନତିକୁ ମଞ୍ଜୁରୀ ଦେଇଛି। Post navigation ବର୍ଷେ ବଢ଼ିଲା ଆଇବି ମୁଖ୍ୟ ତପନ କୁମାର ଡେକାଙ୍କ କାର୍ଯ୍ୟକାଳ