Poetry recitation for the CM at 16th Public Grievance Hearing
ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି କେବଳ ସଫଳ ହେଉନାହିଁ ବରଂ ଏହାର ସଫଳତା ପ୍ରତିଟି ସାଧାରଣ ଲୋକଙ୍କ ମୁହଁରେ ଆଜି ପ୍ରତିଫଳିତ ହେଉଛି । ଅଭିଯୋଗର ସମାଧାନ ପରେ କିଏ ଶୁଭେଚ୍ଛା ପତ୍ର ଲେଖୁଛି, ତ କିଏ ମୁଖ୍ୟମନ୍ତ୍ରୀଙ୍କୁ ଅଜସ୍ର ଧନ୍ୟବାଦ ଦେଇ ଯାଉଛି ।
 
ଆଜି ୧୬ତମ ଜନଅଭିଯୋଗ ଶୁଣାଣିରେ ଘଟିଥିଲା କିଛି ଭିନ୍ନ । ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ଆସି ଜଣେ ପ୍ରଶଂସକ ନିଜର ଖୁସିକୁ କବିତା ମାଧ୍ୟମରେ ବ୍ୟକ୍ତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଜଣେ ସାଧାରଣ, କିନ୍ତୁ ଅସାଧାରଣ ପ୍ରତିଭାଶାଳୀ ମଣିଷ ଭାବେ ସେ ନିଜ କବିତାରେ ବର୍ଣ୍ଣନା କରିଥିଲେ ।
 
ତାଙ୍କ କବିତାରେ ସେ କହିଛନ୍ତି, ଆମ ମୁଖ୍ୟମନ୍ତ୍ରୀ ଜଣେ ଶିକ୍ଷକ, ଆମରି ପାଇଁ ସଦା ଖୋଲାଅଛି ତାଙ୍କ ଅଭିଯୋଗ ପ୍ରକୋଷ୍ଠ । ଜଣେ ଶିକ୍ଷକ ଭାବରେ ପ୍ରତି ସାଧାରଣ ମଣିଷର ଦୁଃଖ ଦୂର କରିବା ପାଇଁ ସେ ଚେଷ୍ଟା କରନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଚାର ବ୍ୟବହାରରେ କୌଣସି ରାଜକୀୟ ଠାଣି ଦେଖାଯାଏ ନାହିଁ, କିନ୍ତୁ ଦେଖାଯାଏ ଜଣେ ଶାନ୍ତି, ମୈତ୍ରୀ ଓ ପ୍ରଗତି ବାହକର ଚିତ୍ର । ଜଣେ ସରଳ ଓ ସାଧାରଣ ବ୍ୟକ୍ତି ହୋଇଥିବା ଯୋଗୁଁ ସମସ୍ତଙ୍କ ଠାରୁ ସେ ବାରି ହୋଇପଡ଼ନ୍ତି ।

By Nirvay

Leave a Reply

Your email address will not be published. Required fields are marked *