ନୂଆବର୍ଷ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ରେ କଳାହାଣ୍ଡିର ପରିବା ବିପ୍ଳବ କଥା କହି ଚାଷୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେ କହିଛନ୍ତି ସାରା ଦେଶ ପାଇଁ ଉଦାହରଣ ଗୋଲାମୁଣ୍ଡା ବ୍ଲକ । ସ୍ବଳ୍ପ ଜଳସମ୍ପଦ ସତ୍ତ୍ବେ ପରିବା ଚାଷରେ ବିପ୍ଳବ ଆସିଛି । କଳାହାଣ୍ଡିର ଗୋଲମୁଣ୍ଡା ବ୍ଲକ ଆଜି ପରିବା ହବ୍‌ ପାଲଟିଛି ।

୧୦ଜଣ ମିଶି ଚାଷୀ ଉତ୍ପାଦନ ସଙ୍ଗଠନ (FPO) କରିଥିଲେ । ଏହି FPOରେ ଏବେ ୨୦୦ ଚାଷୀ ଯୋଡ଼ି ହୋଇଛନ୍ତି । FPO କରି କୋଟି କୋଟି ଟଙ୍କା ବ୍ୟବସାୟ କରୁଛି । ୨୦୦ ଏକରରେ ବିଲାତି, ୧୫୦ ଏକରରେ କଲରା ଚାଷ କରୁଛନ୍ତି । ଚାଷରୁ ବାର୍ଷିକ ଆୟ କରୁଛନ୍ତି ଦେଢ଼ କୋଟିରୁ ଅଧିକ ଟଙ୍କା । କଳାହାଣ୍ଡି ପରିବା ଏବେ ସାରା ବିଶ୍ବରେ ପହଞ୍ଚୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସୂଚନା ଯୋଗ୍ୟ; ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ହେଉଛି ଚଳିତ ବର୍ଷର ନବମ ତଥା ଶେଷ ଏପିସୋଡ୍। ଲୋକସଭା ନିର୍ବାଚନ କାରଣରୁ ମାର୍ଚ୍ଚ, ଏପ୍ରିଲ ଓ ମେ ମାସରେ ଏହି କାର୍ଯ୍ୟକ୍ରମ ପ୍ରସାରିତ ହୋଇନଥିଲା। ନଭେମ୍ବର ୨୪ରେ ୧୧୬ତମ ଏପିସୋଡ୍ ପ୍ରସାରିତ ହୋଇଥିଲା, ଯେଉଁଥିରେ ମୋଦୀ ଡିଜିଟାଲ ଗିରଫ, ସ୍ୱାମୀ ବିବେକାନନ୍ଦ, ଏନସିସି ଏବଂ ପାଠାଗାର ଭଳି ବିଷୟଉପରେ ବକ୍ତବ୍ୟ ରଖିଥିଲେ।

Leave a Reply

Your email address will not be published. Required fields are marked *