ପାଗ ଖରାପ ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରହ୍ମପୁର ଗସ୍ତ ବାତିଲ ହୋଇଛି । ତେବେ ଏହି କାର୍ଯ୍ୟକ୍ରମ ଝାରସୁଗୁଡାକୁ ସ୍ଥାନାନ୍ତରିତ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ବ୍ରହ୍ମପୁର ପରିବର୍ତ୍ତେ ଝାରସୁଗୁଡା ଆସିବେ ବୋଲି ସୂଚନା ମିଳିଛି । ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ବ୍ରହ୍ମପୁର ଗସ୍ତରେ ଆସି ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ଅବତରଣ କରି ନିକଟସ୍ଥ ସଭା ସ୍ଥଳକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା । ଏନେଇ ଗତକାଲି ପୁଲିସ ଡିଜି ପ୍ରସ୍ତୁତିର ସମୀକ୍ଷା ମଧ୍ୟ କରିଥିଲେ । ତେବେ ପଛକୁ ପଛ ଲଘୁଚାପ ଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ବ୍ରହ୍ମପୁର କାର୍ଯ୍ୟକ୍ରମ ବାତିଲ୍ ନେଇ ସୂଚନା ମିଳୁଛି । Post navigation ସେପ୍ଟେମ୍ବର ୨୩ରେ ବିଧାନସଭା ଘେରାଉ କରିବ ବିଜେଡି