କେରଳର ୱାୟନାଡ଼ରେ ହୋଇଥିବା ଭୂସ୍ଖଳନ ସ୍ଥାନରେ ପହଞ୍ଚି ଆକାଶମାର୍ଗ ସହ ଗ୍ରାଉଣ୍ଡରେ ନିଜେ ସ୍ଥିତି ପରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗ୍ରାଉଣ୍ଡରେ ରିଲିଫ ଓ ରେସକ୍ୟୁର ସମୀକ୍ଷା କରିବା ସହ ଉଦ୍ଧାରକାରୀ ଦଳଙ୍କ ଠାରୁ ସ୍ଥିତି ସଂପର୍କରେ ବୁଝିଛନ୍ତି ପ୍ରଧାନମନ୍ତ୍ରୀ। ପରେ ଭୂସ୍ଖଳନ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ କେରଳ ରାଜ୍ୟପାଳ ମହମ୍ମଦ ଆରିଫ ଖାନ, ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଓ କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ପ୍ରମୁଖ ପ୍ରଭାବିତ ଅଞ୍ଚଳ ବୁଲିଛନ୍ତି । ଏହି ବିପର୍ଯ୍ୟୟକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାକୁ କେରଳର ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ଏହାସହିତ ୨ହଜାର କୋଟି ଟଙ୍କାର ସହାୟତା ମାଗିଛନ୍ତି ମୁଖ୍ୟମନ୍ତ୍ରୀ।

ଅନ୍ୟପଟେ କଂଗ୍ରେସ ଏମପି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସୋସିଆଲ ମିଡିଆରେ ପ୍ରଶଂସା କରିଛନ୍ତି। ମୋଦିଙ୍କ ଗସ୍ତକୁ ନେଇ ସୋସିଆଲ ମିଡିଆରେ ସେ ଏକ ପୋଷ୍ଟ କରି କହିଛନ୍ତି, ମୋଦିଜୀ, ଏହି ଦୁଖଦ ଘଟଣା ସମ୍ପର୍କରେ ବ୍ୟକ୍ତିଗତ ଭାବେ ଜାଣିବା ପାଇଁ ୱାୟନାଡରେ ପହଞ୍ଚିଥିବାରୁ ଧନ୍ୟବାଦ। ଏହା ଏକ ଭଲ ନିଷ୍ପତ୍ତି।

Leave a Reply

Your email address will not be published. Required fields are marked *