ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରବୃଆରି ୨୮ ତାରିଖରେ ସର୍ଭାଇକାଲ୍ କ୍ୟାନ୍ସର କିମ୍ବା ଜରାୟୁ କର୍କଟ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ଏହି ଟୀକା ସିଙ୍ଗଲ ଡୋଜ୍ ହୋଇଥିବାରୁ ୧୪ ବର୍ଷ ଯାଏଁ କିଶୋରୀଙ୍କୁ ଦିଆଯିବ । ଏନେଇ ସ୍ୱତନ୍ତ୍ର ଗାଇଡଲାଇନ୍ ମଧ୍ୟ ଜାରି ହୋଇଛି । ଘରୋଇ ଭାବରେ ୯,୦୦୦-୧୦,୮୫୦ ଟଙ୍କା ମୂଲ୍ୟର ଟୀକା ମାଗଣାରେ ଉପଲବ୍ଧ ହେବ । ଏହାପରେ ୨୦୨୬-୨୭ ବର୍ଷରୁ ‘ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା’ ଅଭିଯାନ ଆରମ୍ଭ ହେବ ବୋଲି ସେ କହିଛନ୍ତି । ଏଥିପାଇଁ ୩୧୧ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ସବୁ ପ୍ରକାର କର୍କଟ ରୋଗ ପ୍ରତିହତ କରାଯିବ ବୋଲି ସେ କହିଛନ୍ତି । ଏହି ଟୀକାକରଣ କାର୍ଯ୍ୟକ୍ରମ ଓଡ଼ିଶାର ସମସ୍ତ ଜିଲ୍ଲାରେ ଆରମ୍ଭ ହେବ । ସର୍ଭାଇକାଲ୍ କ୍ୟାନ୍ସର ଟୀକାକରଣ କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଭାରତର କିଶୋରୀ ଝିଅମାନଙ୍କୁ ପ୍ରଭାବିତ କରୁଥିବା ସବୁଠାରୁ ସାଧାରଣ କର୍କଟ ରୋଗରୁ ସୁରକ୍ଷା ଦେବା । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ପ୍ରାରମ୍ଭିକ ଟୀକାକରଣ ଭବିଷ୍ୟତର ବିପଦକୁ ଯଥେଷ୍ଟ ହ୍ରାସ କରିପାରିବ । କହିରଖୁଛୁ ଯେ, ଓଡ଼ିଶାରେ କର୍କଟ ଚିକିତ୍ସା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ନିମନ୍ତେ ଚଳିତ ବଜେଟରେ ମୋଟ ୩୧୧ କୋଟି ବ୍ୟୟବରାଦରେ ‘ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ’ର ବ୍ୟବସ୍ଥା କରାଯାଇଛି । Post navigation Grant In Aid For Brahma Taladhwaja Rath: କେନ୍ଦ୍ରାପଡ଼ା ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ୧ କୋଟିର ଅନୁଦାନ SC Slams NCERT: ଏନ୍ସିଇଆର୍ଟି ୮ମ ଶ୍ରେଣୀ ପୁସ୍ତକକୁ ନେଇ ସୁପ୍ରିମକୋର୍ଟ ଖପ୍ପା