ଲୋକସଭାର ୧୮ତମ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ଅଧିବେଶନରେ ସାଂସଦ ଭାବେ ଶପଥ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କୁ ଶପଥ ପାଠ କରାଇଲେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ। ଏହା ପରେ କମାଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ସଂସଦରେ ନବନିର୍ବାଚିତ ୨୮୦ ଜଣ ଏମ୍‌ପିଙ୍କୁ ଆଜି ଶପଥ ପାଠ କରାଇବାର କାର୍ଯ୍ୟକ୍ରମ ରହିଥିବା।

ଅନ୍ୟପଟେ ପ୍ରଥମ ଅଧିବେଶନ ଆରମ୍ଭରେ ପ୍ରଧାନମନ୍ତ୍ରୀ ମୋଦି ଗଣମାଧ୍ୟମକୁ ସମ୍ବୋଧିତ କହିଛନ୍ତି ଆଜି ହେଉଛି ଗୌରବର ଦିନ। ସ୍ବାଧୀନତା ପରେ ପ୍ରଥମ ଥର ପାଇଁ ନୂତନ ସଂସଦରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେଉଛି। ଏହି ମହାନ ଦିନରେ ମୁଁ ସମସ୍ତ ନୂତନ ନିର୍ବାଚିତ ଏମ୍‌ପିମାନଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ସମସ୍ତଙ୍କର ଶୁଭକାମନା କରୁଛି।

ଆଉ ମଧ୍ୟ ବିକଶିତ ଭାରତର ଲକ୍ଷ୍ୟର ସଙ୍କଳ୍ପ ନେଇ ଆଜି ୧୮ ତମ ଲୋକସଭାର ପ୍ରାରମ୍ଭ ହେଉଛି । ଚଳିତ ନିର୍ବାଚନ ବିଶ୍ୱର ସବୁଠୁ ବଡ ନିର୍ବାଚନ , ସାନଦାର ଭାବେ ଗୌରବମୟ ଭାବେ ସମ୍ପନ୍ନ ହୋଇଛି । ଏହା ୧୪୦ କୋଟି ଦେଶବାସୀଙ୍କ ପାଇଁ ଗର୍ବର କଥା । ଏଥିରେ ୬୫ କୋଟିରୁ ଅଧିକ ଭୋଟର ଭାଗ ନେଇଛନ୍ତି ।  ‘ସବୁଠୁ ଖୁସିର କଥା ଏଥର ଯୁବା ସାଂସଦଙ୍କ ସଂଖ୍ୟା ବହୁତ ଭଲ ରହିଛି । ୧୮ତମ ସଂସଦ କଥା କହିବାକୁ ଗଲେ, ଯେଉଁମାନେ ଦେଶର ସାଂସ୍କୃତିକ ମୂଲ୍ୟବୋଧକୁ ଜାଣିଛନ୍ତି ସେମାନେ ଏହି ୧୮ ଅଙ୍କର ମୂଲ୍ୟ ଜାଣିପାରିବେ । ଗୀତାରେ ମଧ୍ୟ ଏହି ୧୮ ଅଙ୍କର ଗୁରୁତ୍ୱ ରହିଛି । କର୍ମ, କର୍ତ୍ତବ୍ୟ ଓ କରୁଣାର ସନ୍ଦେସ ଦେଉଛି ଏହି ସଂଖ୍ୟା । ଭାରତରେ ପୁରାଣ ଓ ଉପନିଷଦର ସଂଖ୍ୟା ମଧ୍ୟ ୧୮, ଏହାର ଅଧା ୯ ଯାହା ପୂର୍ଣ୍ଣତାର ପ୍ରତୀକ । ୧୮ ବର୍ଷରେ ଆମ ଦେଶରେ ମତାଧିକାର ମିଳେ । ୧୮ତମ ଲୋକସଭା ଭାରତର ଅମୃତକାଳ, ଏହା ଏକ ଶୁଭ ସଙ୍କେତ’ ।

 

Leave a Reply

Your email address will not be published. Required fields are marked *