ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷର ଶେଷ ‘ମନ୍ କୀ ବାତ୍’ କରିଛନ୍ତି । ଚଳିତବର୍ଷର ଶେଷ ମନ କି ବାତ୍ କାର୍ଯ୍ୟକ୍ରମରେ ‘ପାର୍ବତୀ ଗିରି’ଙ୍କ କଥା କହିଲେ ମୋଦି । ଓଡିଶାର ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କୁ ପ୍ରଶଂସା କରି ପ୍ରେରଣା ବୋଲି କହିଛନ୍ତି ମୋଦି । ୧୬ ବର୍ଷରେ ପାର୍ବତୀ ଗିରି ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ୨୦୨୬ରେ ‘ପାର୍ବତୀ ଗିରି’ଙ୍କ ଜନ୍ମ ଶତାବ୍ଦୀ ପାଳନ କରାଯିବ । ସମାଜସେବା ଓ ଜନକଲ୍ୟାଣକାରୀ କାର୍ଯ୍ୟରେ ନିଜକୁ ସମର୍ପିତ କରିଥିଲେ । ପାର୍ବତୀ ଗିରି ବହୁତ ଅନାଥ ଆଶ୍ରମ ତିଆରି କରିଥିଲେ । ତାଙ୍କ ଜୀବନଶୈଳୀ ସବୁ ପିଢିଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି କହିଛନ୍ତି ।

ଏହା ସହ ମୋଦି କହିଛନ୍ତି ୨୦୨୫ରେ ଭାରତକୁ ଅନେକ ସଫଳତା ମିଳିଛି । କ୍ରୀଡ଼ାକ୍ଷେତ୍ରରେ ଝିଅମାନେ ଗୌରବ ଆଣିଛନ୍ତି । ନୂଆ ସଂକଳ୍ପ ସହ ଭାରତକୁ ଆଗକୁ ନେବାକୁ ପଡ଼ିବ । କ୍ରୀଡ଼ାଠାରୁ ଆରମ୍ଭ କରି ମହାକାଶ ଯାତ୍ରା ପର୍ଯ୍ୟନ୍ତ ୨୦୨୫ ଅନେକ ସଫଳତା ଦେଇଥିବାବେଳେ ୨୦୨୬ରେ ଦେଶ ନୂଆ ଆଶା ଏବଂ ନୂଆ ସଂକଳ୍ପ ସହିତ ଆଗକୁ ବଢ଼ିବାକୁ ପ୍ରସ୍ତୁତ ଅଛି  ।

ପ୍ରଧାନମନ୍ତ୍ରୀ ‘ମନ୍ କୀ ବାତ୍’ କହିଛନ୍ତି, ୨୦୨୫ରେ ଅନେକ ଫଟୋ, ଚର୍ଚ୍ଚା ଏବଂ ସଫଳତା ଦେଶକୁ ଏକତାରେ ଯୋଡ଼ି ଦେଇଛି । ଏହି ବର୍ଷ ଅନେକ ମୁହୂର୍ତ୍ତ ଦେଇଛି ଯାହା ଦେଶବାସୀଙ୍କୁ ଗର୍ବିତ କରିଛି । ଦେଶର ସୁରକ୍ଷାଠାରୁ ଆରମ୍ଭ କରି ଖେଳ, ବିଜ୍ଞାନଠାରୁ ଆରମ୍ଭ କରି ପ୍ରତ୍ୟେକ କ୍ଷେତ୍ରରେ ବିଶ୍ୱ ମଞ୍ଚରେ ଭାରତ ନିଜର ମଜବୁତ ଛବି ଛାଡ଼ିଛି । ଅପରେସନ୍ ସିନ୍ଦୂର ପ୍ରତ୍ୟେକ ଭାରତୀୟ ପାଇଁ ଗର୍ବର ପ୍ରତୀକ ହୋଇଛି । ଦୁନିଆ ବି ଦେଖିଲା ଭାରତ ନିଜର ସୁରକ୍ଷା ସହିତ କେବେବି ସାଲିସ କରିବ ନାହିଁ । ଦେଶର କୋଣ ଅନୁକୋଣରେ ଅପରେସନ ସିନ୍ଦୂରକୁ ସମର୍ଥନ ମିଳିଛି । ବନ୍ଦେ ମାତରମ୍ ୧୫୦ ବର୍ଷ ପୂର୍ତ୍ତିରେ ମଧ୍ୟ ଏହି ଉତ୍ସାହ ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *