ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ-୧ ଏବଂ ୨ ଉଦ୍ଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO), ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ (NSCS) ଏବଂ କ୍ୟାବିନେଟ ସଚିବାଳୟ ଥିବା କମ୍ପ୍ଲେକ୍ସର ନାମ “ସେବା ତୀର୍ଥ” ଉନ୍ମୋଚନ କରିଛନ୍ତି । ଏଠାରେ ହାଇଟେକ୍ ଓ ଡିଜିଟାଲ ସୁବିଧା ସହ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ସେଇଭଳି, କର୍ତ୍ତବ୍ୟ ଭବନ-୧ ଏବଂ ୨ ରେ ଅର୍ଥ ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ, ଶିକ୍ଷା ମନ୍ତ୍ରଣାଳୟ, ସଂସ୍କୃତି ମନ୍ତ୍ରଣାଳୟ, ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ, କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ରସାୟନ ଏବଂ ସାର ମନ୍ତ୍ରଣାଳୟ ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଅନ୍ତର୍ଭୁକ୍ତ । କର୍ତ୍ତବ୍ୟ ଭବନ ଜନସେବା ପ୍ରତି କେନ୍ଦ୍ର ସରକାରଙ୍କ ଅତୁଟ ସଂକଳ୍ପକୁ ପ୍ରତିଫଳିତ କରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହା କେବଳ ନୀତି ଏବଂ ଯୋଜନାକୁ ଲୋକମାନଙ୍କ ନିକଟରେ ଦ୍ରୁତ ଗତିରେ ପହଞ୍ଚାଇବାରେ ସାହାଯ୍ୟ କରିବ ନାହିଁ, ବରଂ ଦେଶର ବିକାଶକୁ ନୂତନ ଗତି ଦେବ ବୋଲି ସେ କହିଛନ୍ତି । Post navigation OTET Exam: ମେ ତୃତୀୟ ସପ୍ତାହରେ ହେବ ଓଟିଇଟି ପରୀକ୍ଷା Rajya Sabha Elections 2026: ରାଜ୍ୟସଭା ନିର୍ବାଚନରେ ବିଜେପି ଦଖଲ କରିବ ୩ ସିଟ୍: ବିଜୟ ସିଂହ ତୋମାର