PM Modi inaugurates, lays foundation stone for projects worth Rs 60,000 crore from Odisha
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଗସ୍ତରେ ଆସି ଝାରସୁଗୁଡାର ଅମିଲିପାଲିଠାରେ ଆୟୋଜିତ ଯୁବ ସମାବେଶରେ ଯୋଗ ଦେଇ ୬୦,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି ।
 
କ ଐତିହାସିକ ସଫଳତା ରୂପେ, ସାରା ଦେଶରେ ୯୭, ୫୦୦ ରୁ ଅଧିକ ଦୂରସଞ୍ଚାର ଟାୱାର କାର୍ଯ୍ୟକ୍ଷମ କରାଯାଇଛି ଯାହା ଦୁର୍ଗମ, ସୀମାନ୍ତବର୍ତ୍ତୀ କ୍ଷେତ୍ର ଓ ମାଓବାଦ ଦ୍ୱାରା ପ୍ରଭାବିତ ଅଞ୍ଚଳରେ ଯୋଗାଯୋଗରେ ଉନ୍ନତି ଆଣିବ ।
 
ଓଡ଼ିଶା ପାଇଁ ମୋଟ୍‌ ୧୭ ଶହ କୋଟିର ରେଳ ପ୍ରକଳ୍ପ ଭେଟି ଦେଇଥିବାବେଳେ ବ୍ରହ୍ମପୁର- ସୁରତ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
 
ଏହା ବ୍ୟତୀତ, ସମ୍ବଲପୁର-ସରଲା ମଧ୍ୟରେ ୨୭୩ କୋଟିର ରେଲ୍‌ ଫ୍ଲାଇ ଓଭର, କୋରାପୁଟ-ବୈଗୁଡ଼ା ଲାଇନର ଦୋହରୀକରଣ ପାଇଁ ୪୮୧ କୋଟି ଟଙ୍କା, ରାଜ୍ୟର ୧୩୦ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ WI-FI ସୁବିଧା ପାଇଁ ୯୦ କୋଟି ଟଙ୍କା ଘୋଷଣା କରିଛନ୍ତି ମୋଦି । BSNL ଦ୍ୱାରା ସ୍ଵଦେଶୀ 4G (5G ପ୍ରସ୍ତୁତ) ନେଟୱର୍କ ସାମିଲ ହୋଇଛି ।
 
ତତସହିତ, ୫୦ ହଜାର ଅନ୍ତ୍ୟୋଦୟ ଘର କାର୍ଯ୍ୟାଦେଶ ବଣ୍ଟନ ଓ ୮ଟି IITର ଭିତ୍ତିଭୂମି ସମ୍ପ୍ରସାରଣ ଓ ୧୨ ହଜାର ସିଟ୍‌ ବୃଦ୍ଧି ଘୋଷଣା କରିଛନ୍ତି ମୋଦି ।
 
ଏହି ଅବସରରେ ରେ ସେ ସାଧାରଣ ସମାସମାବେଶକୁ ମଧ୍ୟ ମୋଦି ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଭେଟି ଦିଆଯାଇଥିବା ଅନ୍ୟ ପ୍ରକଳ୍ପଗୁଡ଼ିକ ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟ ସେବା, ଦକ୍ଷତା ବିକାଶ, ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ର ସମେତ ଅନ୍ୟାନ୍ୟ କ୍ଷେତ୍ର ସହ ଜଡ଼ିତ ।
 
ଏହି ସମାବେଶରେ ଅନେକ କେନ୍ଦ୍ର ମନ୍ତ୍ରୀ ତଥା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହୋଇଥିଲେ ।
PM Modi inaugurates, lays foundation stone for projects worth Rs 60,000 crore from Odisha

By Nirvay

Leave a Reply

Your email address will not be published. Required fields are marked *