ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲା ଡୋମିନିକାର ସର୍ବୋଚ୍ଚ ଜାତୀୟ ସମ୍ମାନ ‘ଦ ଡୋମିନିକା ଆୱାର୍ଡ ଅଫ୍ ଅନର । ଇଣ୍ଡିଆ-କାରିକମ୍ ସମ୍ମିଳନୀ (୧୯ରୁ ୨୧)ରେ ରାଷ୍ଟ୍ରପତି ସିଲଭାନି ବର୍ଟନ ମୋଦୀଙ୍କୁ ‘ଦି ଡୋମିନିକା ଆୱର୍ଡ ଅଫ୍ ଅନର’ ସମ୍ମାନରେ ସମ୍ମାନିତ କରିଛନ୍ତି। କରୋନା ମହାମାରୀ ସମୟରେ ଡୋମିନିକା ରାଷ୍ଟ୍ରଗୋଷ୍ଠୀ ପ୍ରତି ଭାରତର ଅବଦାନ ଏବଂ ଭାରତ ଓ ଡୋମିନିକା ମଧ୍ୟରେ ଦ୍ୱିପାକ୍ଷିକ ଭାଗିଦାରୀ ବୃଦ୍ଧି ପାଇଁ ସମର୍ପଣ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଡୋମିନିକା ସର୍ବୋଚ୍ଚ ପୁରସ୍କାର ପ୍ରଦାନ କରାଯାଇଛି। ଡୋମିନିକାର ସର୍ବୋଚ୍ଚ ଜାତୀୟ ସମ୍ମାନରେ ସମ୍ମାନିତ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି ସମ୍ମାନ କେବଳ ମୋର ନୁହେଁ ବରଂ ଭାରତର ୧୪୦ କୋଟି ଲୋକଙ୍କ, ସେମାନଙ୍କ ସଂସ୍କୃତି ଏବଂ ପରମ୍ପରା। ଆମେ ଦୁଇଟି ଗଣତାନ୍ତ୍ରିକ ରାଷ୍ଟ୍ର ଏବଂ ଆମେ ସମଗ୍ର ବିଶ୍ୱରେ ମହିଳା ସଶକ୍ତିକରଣ ପାଇଁ ଆଦର୍ଶ। ଡୋମିନିକାର ସର୍ବୋଚ୍ଚ ପୁରସ୍କାର ପାଇଥିବାରୁ ମୁଁ ରାଷ୍ଟ୍ରପତି ସିଲଭାନି ବର୍ଟନ, ପ୍ରଧାନମନ୍ତ୍ରୀ ରୁଜଭେଲ୍ଟ ସ୍କେରିଟ୍ ଏବଂ ଡୋମିନିକାର ଜନସାଧାରଣଙ୍କୁ କୃତଜ୍ଞତା ଜଣାଉଛି। ମୋଦୀ ଆଉ ମଧ୍ୟ କହିଛନ୍ତି ଭାରତ ଏବଂ ଡୋମିନିକା ଦୁଇଟି ଗଣତାନ୍ତ୍ରିକ ରାଷ୍ଟ୍ର ଏବଂ ଆମେ ସମଗ୍ର ବିଶ୍ୱରେ ମହିଳା ସଶକ୍ତୀକରଣ ପାଇଁ ଆଦର୍ଶ। ଉଭୟ ଦେଶରେ ମହିଳା ରାଷ୍ଟ୍ରପତି ଅଛନ୍ତି। ଭାରତ ଓ ଡୋମିନିକା ମଧ୍ୟରେ ବହୁ ପୁରୁଣା ଐତିହାସିକ ଓ ସାଂସ୍କୃତିକ ସମ୍ପର୍କ ରହିଛି। ସୂଚନଯୋଗ୍ୟ; କୋଭିଡ୍ ସମୟରେ ଭାରତ ଡୋମିନିକାକୁ ପ୍ରାୟ ୭୦ ହଜାର ଆଷ୍ଟ୍ରାଜେନେକା କରୋନା ଟିକା ପଠାଇଥିଲା। ଏହି ଟିକାରେ ଡୋମିନିକା ନିଜ ଦେଶର ନାଗରିକଙ୍କ ଜୀବନ ବଞ୍ଚାଇବା ସହ ଏହାର ପଡ଼ୋଶୀ ଦେଶକୁ ମଧ୍ୟ ସାହାଯ୍ୟ କରିପାରିଥିଲା। ଡୋମିନିକା ଅନୁସାରେ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଡୋମିନିକାର ସ୍ୱାସ୍ଥ୍ୟ ବ୍ୟବସ୍ଥା, ଶିକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ରରେ ଭାରତର ସହଯୋଗ ପ୍ରତି ଏହା ଏକ ସୂକ୍ଷ୍ମ ସମ୍ମାନ। କରୋନା ବିପର୍ଯ୍ୟୟ ସମୟରେ ମାନବୀୟ ସହାୟତା ପ୍ରଦଶର୍ନ କରିଥିବା ଭାରତ ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦୀ ଡୋମିନିକାର ବିପଦ ବେଳର ବନ୍ଧୁ ଅଟନ୍ତି। ବିଶେଷ କରି ବିଶ୍ୱ ସ୍ୱାସ୍ଥ୍ୟ ସଂକଟ ସମୟରେ ଆମକୁ ଭାରତର ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ନେତୃତ୍ୱାଧୀନ ସରକାରଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଛନ୍ତି ଡୋମିନିକା ପ୍ରଧାନମନ୍ତ୍ରୀ ରୁଜଭେଲ୍ଟ ସ୍କେରିଟ୍। Post navigation ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା କୁ ନେଇ ବିଜେଡି ନେତା ବବି ଦାସଙ୍କ ପ୍ରତିକ୍ରିୟା ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ; ଜଣେ ମାଓବାଦୀ ମୃତ, ଜଣେ ଯବାନ ଆହତ