ଆତଙ୍କବାଦକୁ ମୂଳପୋଛ କରିବାକୁ ୩ ସେନା ମୁଖ୍ୟଙ୍କୁ ପୂର୍ଣ୍ଣ କ୍ଷମତା ଦେଇଛନ୍ତି କେନ୍ଦ୍ର ସରକାର । ଦକ୍ଷିଣ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣକୁ ନେଇ କେନ୍ଦ୍ର ସରକାର ଘନଘନ ବୈଠକ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ଆଜି ପୁଣି ଥରେ ଉଚ୍ଚସ୍ତରୀୟ ବୈଠକ ବସିଛି । ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ପ୍ରତିରକ୍ଷା ବିଭାଗ ମୁଖ୍ୟ (ସିଡିଏସ୍) ଜେନେରାଲ ଅନିଲ ଚୌହାନ ଏବଂ ତିନି ସଶସ୍ତ୍ର ବାହିନୀର ମୁଖ୍ୟଙ୍କ ସମେତ ଦେଶର ଶୀର୍ଷ ପ୍ରତିରକ୍ଷା ଅଧିକାରୀ ଉପସ୍ଥିତ ଥିଲେ । ତେବେ ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇ ସେନା ଉପରେ ଦେଶର ସମ୍ପୂର୍ଣ୍ଣ ବିଶ୍ୱାସ ଓ ଭରସା ଅଛି ବୋଲି କହିଛନ୍ତି । ଆତଙ୍କବାଦ୍ ଖତମ୍ ପାଇଁ ସେନାକୁ ପ୍ରଧାନ ମନ୍ତ୍ରୀ ସବୁଜ ସଙ୍କେତ ଦେଇଥିବା ସୂଚନା ମିଳିଛି । ସମୟ ଓ ଟାର୍ଗେଟ ସେନା ସ୍ଥିର କରିବ । Post navigation ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିଲା ଉଚ୍ଚସ୍ତରୀୟ ବୈଠକ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୁଣ୍ଡ ବିହୀନ ଫଟୋ ପୋଷ୍ଟ କଲା କଂଗ୍ରେସ; ରାଜନୀତି ସରଗରମ