ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ରାଷ୍ଟ୍ର ଗସ୍ତରେ ଥିବା ବେଳେ ଗତକାଲି ତ୍ରିନିଦାଦ ଓ ଟବାଗୋ ଗସ୍ତରେ ପହଞ୍ଚିଛନ୍ତି । ତ୍ରିନିଦାଦ ଓ ଟବାଗୋ ରାଷ୍ଟ୍ରପତି କ୍ରିଷ୍ଟିନ୍ କଙ୍ଗାଲୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ତ୍ରିନିଦାଦ ଓ ଟବାଗୋର ସର୍ବୋଚ୍ଚ ସମ୍ମାନ ‘ଦ ଅର୍ଡର୍ ଅଫ୍ ଦ ରିପବ୍ଲିକ୍ ତ୍ରିନିଦାଦ ଓ ଟବାଗୋ’ ସମ୍ମାନରେ ସମ୍ମାନିତ କରିଛନ୍ତି । ମୋଦି ଏହି ସମ୍ମାନ ୧୪୦ କୋଟି ଭାରତୀୟଙ୍କ ତରଫରୁ ଗ୍ରହଣ କରୁଛି ବୋଲି କହିଛନ୍ତି । ଏହି ଅବସରରେ ତ୍ରିନିଦାଦ ଓ ଟବାଗୋର ପ୍ରଧାନମନ୍ତ୍ରୀ କମଲା ପର୍ସାଦଙ୍କୁ ମହାକୁମ୍ଭର ସଙ୍ଗମ ଓ ସରଯୂ ନଦୀର ପବିତ୍ର ଜଳ ଏବଂ ରାମ ମନ୍ଦିରର ଏକ ପ୍ରତିକୃତି ଉପହାର ସ୍ୱରୂପ ଦେଇଛନ୍ତି ମୋଦି । ଗତକାଲି ଘାନାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଘାନାର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଦି ଅଫିସର ଅଫ ଦି ଅର୍ଡର ଅଫ ଦି ଷ୍ଟାର ଅଫ ଘାନା’ରେ ସମ୍ମାନିତ କରାଯାଇଥିଲା । Post navigation ପ୍ରଧାନମନ୍ତ୍ରୀ ମୋଦି ଘାନାର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ