ଆଜି ୫୧ ହଜାର ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ । ନୂଆଦିଲ୍ଲୀର ରାଇସିନା ରୋଡସ୍ଥିତ ନ୍ୟାସନାଲ ମିଡିଆ ସେଣ୍ଟରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇଥିଲେ ।କେନ୍ଦ୍ର ସରକାରଙ୍କ ନିଯୁକ୍ତି ବ୍ୟତୀତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ମଧ୍ୟ ନିଯୁକ୍ତି ଦିଆଯାଇଛି । ରୋଜଗାର ମେଳା ଜରିଆରେ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି । ନୂତନ ଭାବେ ନିଯୁକ୍ତ ପ୍ରାର୍ଥୀମାନେ ବର୍ତ୍ତମାନ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗରେ କାର୍ଯ୍ୟ କରିବେ। ଦେଶର ପ୍ରାୟ ୪୦ଟି ସ୍ଥାନରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଛି। ଭୁବନେଶ୍ଵରରେ ଅନୁଷ୍ଠିତ ହୋଇଥିବା ନିଯୁକ୍ତି ମେଳାରେ କେନ୍ଦ୍ର ଆଦିବାସୀ ବ୍ୟପାର ମନ୍ତ୍ରୀ ଜୁଏଲ ଓରାମ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି। ଚୟନ ପ୍ରାର୍ଥୀ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ତାଲିମ ଗ୍ରହଣର ସୁଯୋଗ ପାଇବେ। ତେବେ ଦେଶରେ ନିଯୁକ୍ତି ସୃଷ୍ଟିକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଏଭଳି ଏକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। Post navigation ଲିଙ୍ଗରାଜ ମନ୍ଦିରରେ ଫଟୋ ଓ ଭିଡିଓ କରି ବିବାଦରେ ଶିଳ୍ପା ସେଟ୍ଟୀ ଓ ମନ୍ଦିର ପ୍ରଶାସନ ମେଟ୍ରୋ ଟନେଲ କାମ ବେଳେ ଅଘଟଣ: ଦୁଇ ଓଡ଼ିଆ ଶ୍ରମିକ ମୃତ, ୬ ଆହତ